fbpx

ସ୍ପେଶାଲ ପାନରୁ ମିଳିବ ବହୁ ସ୍ୱାସ୍ଥ୍ୟଗତ ଫାଇଦା, ପ୍ରତିଦିନ ଏହି ସମୟରେ ଖାଆନ୍ତୁ

AAKASH

ଓଡ଼ିଶା ଭାସ୍କର: ଆମ ଦେଶରେ ଭୋଜନ ପରେ ବହୁ ଲୋକ ପାନ ଖାଇଥାନ୍ତି । ପାନ ଖାଇ ରଜମଉଜ ବନାଇବାର ମଧ୍ୟ ସ୍ୱତନ୍ତ୍ର ପରମ୍ପରା ରହିଛି । କୁହାଯାଏ ପାନ ଖାଇବା ଦ୍ୱାରା ଆମ ପାଚନତନ୍ତ୍ର ଭଲ ଭାବରେ କାମ କରିିଥାଏ । ଏହା ବ୍ୟତିତ ପାନପତ୍ରର ସଠିକ୍ ବ୍ୟବହାର ଦ୍ୱାରା ଓଜନ ହ୍ରାସ କରାଯାଇ ପାରିଥାଏ ।

ଏବେ ସୋସିଆଲ ମିଡିଆରେ ଏ ସଂପର୍କୀତ ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓ ଅନୁଯାୟୀ ପାନ ପତ୍ରରେ କିଛି ପାନ ମଧୁରୀ, ଗୋଲ ମରିଚ ଓ କଳା କିସମିସ୍ ଦେଇ ଖାଇବା ଦ୍ୱାରା ଓଜନ ହ୍ରାସ ପାଇବାରେ ଲାଗିବ ।

ଏହି ପୋଷ୍ଟ ଅନୁସାରେ ପ୍ରତିଦିନ ଲଞ୍ଚ ପରେ ପାନ ମଧୁରୀ, ଗୋଲ ମରିଚ ଓ କଳା କିସମିସ୍ ବାଲା ସ୍ପେସାଲ ପାନ ନିଶ୍ଚୟ ଖାଇବା ଉଚିତ । ପାନ ପତ୍ର ଏହାର ଔଷଧୀୟ ଗୁଣ ଲାଗି ପରିଚିତ । ଏହା ଆପଣଙ୍କ ମେଟାବଲିଜିମ୍‌କୁ ବୁଷ୍ଟ କରିଥାଏ । ଏହା ବ୍ୟତିତ ପାନ ମଧୁରୀ ଓ ଗୋଲମରିଚ ବି ଆପଣଙ୍କ ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହାବ୍ୟତିତ କିସମିସ୍‌ରେ ଫାଇବର ଭରି ରହିଥିବାରୁ ଏହା ଆପଣଙ୍କୁ ପେଟ ଭରି ରହିବା ପରି ଅନୁଭବ ଦେଇଥାଏ ।

Get real time updates directly on you device, subscribe now.