fbpx
BSKY
BJD MC SKY
BJD YOUTH SKY

ଗତ ୨୮ ଦିନ ଧରି ହୋଇପାରି ନାହିଁ ଶ୍ରୀଜୀଉମାନଙ୍କ ବନକଲାଗି ନୀତି, ଜାଣନ୍ତୁ କାହିଁକି 

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଗତ ୨୮ ଦିନ ଧରି ହୋଇପାରି ନାହିଁ  । ଦତ୍ତ ମହାପାତ୍ର ସେବକ ଏବଂ ଶ୍ରୀମନ୍ଦିର ପ୍ରଶାସନ ଅଲଗା ଅଲଗା ଦିନରେ ବନକଲାଗି ନୀତି କରିବା ପାଇଁ ବିଚାର କରୁଥିବା ଯୋଗୁଁ ଏହି ନୀତି ବନ୍ଦ ରହିଛି  । ଶ୍ରୀଜୀଉମାନଙ୍କର ନୀତିକୁ ଶୃଙ୍ଖଳିତ କରିବା ଲାଗି ଆଜି ଶ୍ରୀମନ୍ଦିର ନୀତି ସବ୍‍-କମିଟିର ବୈଠକ ଡକାଯାଇଛି  । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବୁଧବାର ଦିନ ବନକଲାଗି ନୀତି କରିବା ପାଇଁ ନିର୍ଦ୍ଦେଶ ଥିଲାବେଳେ ଦତ୍ତମହାପାତ୍ର ସେବକ ଗୁରୁବାର ଦିନ ଏହି ନୀତିକୁ ପାଳନ କରିବା ପାଇଁ ଯୁକ୍ତି ବାଢ଼ୁଛନ୍ତି  ।

 

ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ଅମାନ୍ୟ କରି ଦତ୍ତମହାପାତ୍ର ସେବକମାନେ ଗତ ବୁଧବାର ଦିନ ବନକଲାଗି ନୀତି କରିନଥିବାରୁ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ସେବକ ସେମାନଙ୍କର ଜିଦରେ ଅଟଳ ରହିବା ଯୋଗୁଁ ଶ୍ରୀଜୀଉମାନଙ୍କର ନୀତି ନ ହୋଇପାରିବା ଯୋଗୁଁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି  ।

 

ତେବେ ପ୍ରତିବର୍ଷ ନୀଳାଦ୍ରି ବିଜେର ସାତ ଆଠ ଦିନ ଭିତରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି କରାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତ ମହାପାତ୍ର ସେବକ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । କିନ୍ତୁ ଚଳିତବର୍ଷ ଜୁଲାଇ ୧ରୁ ନୀଳାଦ୍ରି ବିଜେ ଶେଷ ହୋଇଥିଲେ ବି ୨୮ ଦିନ ପରେ ବନକଲାଗି ସମ୍ପର୍ଣ୍ଣ ହୋଇପାରିନି ।

Get real time updates directly on you device, subscribe now.