fbpx

ଆଜି ବିଶ୍ୱ ହେପାଟାଇଟିସ୍ ଦିବସ, ପ୍ରତି ୩୦ ସେକେଣ୍ଡରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟୁଛି

ଆଜି ବିଶ୍ୱ ହେପାଟାଇଟିସ୍ ଦିବସ । ଯକୃତ ବା ଲିଭର୍‍ ରୋଗ ବିଷୟରେ ଲୋକମାନଙ୍କ ଭିତରେ ସଚେତନ ସୃଷ୍ଟି କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୦ ମସିହାରୁ ଏହି ଦିବସ ପାଳନକରାଯାଉଛି । ପୃଥିବୀରେ ପ୍ରତି ୩୦ ସେକେଣ୍ଡ୍‍ରେ ଜଣେ ହେପାଟାଇଟସ୍‍ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟୁଛି । ଭାରତରେ ପ୍ରତ୍ୟେକ ବର୍ଷ ଯକୃତ ରୋଗରେ ୧୪ ଲକ୍ଷରୁ ଅଧିକ ଲୋକଙ୍କର ପ୍ରାଣହାନୀ ଘଟିଛି । ଚଳିତବର୍ଷ ହେପାଟାଇଟ୍‍ସ ଦିବସର ବାର୍ତ୍ତା ହେଉଛି “ହେପାଟାଇଟ୍‍ସର ପ୍ରତିରୋଧ ସମ୍ଭବ- ଟିକିଏ ସାବଧାନତା ଜୀବନ ରକ୍ଷାକରେ” ।

ଜଣେ ନବଜାତ ଶିଶୁକୁ ଜନ୍ମ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ହେପାଟାଇଟ୍‍ସ ପ୍ରତିଷେଧକ ଟିକା ଦିଆଯିବା ନିତାନ୍ତ ଜରୁରୀ । ଏହି ଟିକା ସବୁ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଉପଲବ୍‍ଧ ହୋଇପାରୁଛି । ସେହିପରି ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ । ପ୍ରାକୃତିକ ପରିବେଶର ସୁରକ୍ଷା ସହିତ ପ୍ରାଣୀମାନଙ୍କର ସଂରକ୍ଷଣ ଲାଗି ସାରା ପୃଥିବୀରେ ଆଜି ଏହି ଦିବସ ପାଳନ କରାଯାଉଛି ।

ଦିନକୁ ଦିନ ଏହି ରେଗର ଭୟାବହତା ଓ ଏହା ପରବର୍ତ୍ତୀ ସମୟରେ ଲିଭର ସୋରାସିସ୍‌ ଓ ଲିଭର କ୍ୟାନସର୍‌ ଭଳି ରୋଗ ସୃଷ୍ଟି କରିଥାଏ। ଏହାର ନିରାକରଣ ତଥା ଉନ୍ନତମାନର ଚିକିତ୍ସା ପାଇଁ ରାଜ୍ୟରେ କଟକ ବଡ଼ଡାକ୍ତରଖାନାରେ ଜାତୀୟ ସ୍ବାସ୍ଥ୍ୟ ମିସନ ଯୋଜନାରେ ଜାତୀୟ ହେପାଟାଇଟିସ୍‌ କଂଟ୍ରୋଲ ପ୍ରୋଗ୍ରାମ କାର୍ଯ୍ୟକାରୀ କରାଯାଉଛି।

ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ବିଶ୍ବ ହେପାଟାଇଟିସ୍‌ ଦିବସଭାବେ ପାଳନ କରାଯାଇଥାଏ। ହେପାଟାଇଟିସ୍‌ ‘ବି’ ପ୍ରଥମେ ଅଷ୍ଟ୍ରେଲିଆର ଆଦିବାସୀ ଜନଜାତିଙ୍କ ପାଖରୁ ଚିହ୍ନଟ କରାଯାଇଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ଏହା ସବୁଆଡେ ଦେଖିବାକୁ ମିଳିଲା। ଏସ୍‌ସିବିରେ ଜାତୀୟ ହେପାଟାଇଟିସ୍‌ କଂଟ୍ରୋଲ ପ୍ରୋଗ୍ରାମ ମାଧ୍ୟମରେ ପ୍ରତି ମାସରେ ୧୧ଶହ ରୋଗୀ ମାଗଣା ଔଷଧ ନେଉଥିବା ବେଳେ ମାସକୁ ଦେଢ ଶହରୁ ଦୁଇ ଶହ ରୋଗୀ ହେପାଟାଇଟିସ୍‌ ‘ବି’ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ଜଣାପଡିଛି। ଏହି ରୋଗର ଚିକତ୍ସା ପାଇଁ ରାଜ୍ୟରେ ଏସ୍‌ସିବିକୁ ନୋଡାଲ ସେଣ୍ଟର ଭାବେ ଚୟନ କରାଯାଇଛି। ରୋଗୀ ଠିକଣା ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଓ ଔଷଧ ଗ୍ରହଣ କଲେ ଏହାର ଭୟାବହତା ଦୂର ହେବ ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.