fbpx
BSKY
BJD MC SKY
BJD YOUTH SKY

ବଦଳିବ ଦିନିକିଆ ବିଶ୍ୱକପର ଶିଡ୍ୟୁଲ! ଭାରତ-ପାକିସ୍ତାନ ମ୍ୟାଚକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତ ଆୟୋଜନ କରୁଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ତେବେ ଏହି ମହାମୁକାବିଲା ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଏହି ମ୍ୟାଚର ତାରିଖ ବଦଳିପାରେ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି ।

ନିକଟରେ ଅନ୍ତର୍ଜାତାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଦିନିକିଆ ବିଶ୍ୱକପର ଶିଡ୍ୟୁଲ ଜାରି କରାଯାଇଛି । ଅକ୍ଟୋବର ୫ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ୮ରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ୨-୩ ଜଣ ସଦସ୍ୟ ବୋର୍ଡ ବିଶ୍ୱକପର ଶିଡ୍ୟୁଲରେ କିଛି ପରିବର୍ତ୍ତନ କରିବାକୁ ଅପିଲ କରିଛନ୍ତି । ତେଣୁ ଆଗାମୀ କିଛି ଦିନ ମଧ୍ୟରେ ଏନେଇ ଘୋଷଣା ହୋଇପାରେ । ମାତ୍ର ଏହା ଭାରତ-ପାକିସ୍ତାନ ମ୍ୟାଚ ପାଇଁ ନୁହେଁ ।

ଅକ୍ଟୋବର ୧୫ରେ ନବରାତ୍ରିର ପ୍ରଥମ ଦିନ ହୋଇଥିବାରୁ ମ୍ୟାଚର ଦିନ ପରିବର୍ତ୍ତନ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ବିସିସିଆଇକୁ ସଚେତନ କରାଯାଇଥିଲା । ତେବେ କେବଳ ନବରାତ୍ରି ନୁହେଁ ବିଶ୍ୱକପ ଅବସରରେ ଦିପାବଳୀ, ଦଶହରା ପରି ପର୍ବ ଆସୁଥିବାରୁ ବିସିସିଆଇକୁ ମୁସ୍କିଲର ସାମ୍ନା କରିବାକୁ ପଡ଼ିପାରେ । ଯଦି ଭାରତ-ପାକ୍ ମ୍ୟାଚ ତାରିଖରେ ପରିବର୍ତ୍ତନ ହୁଏ ତେବେ ବହୁତ ଅସୁବିଧା ସୃଷ୍ଟି ହୋଇପାରେ । ଏପରି ସ୍ଥିତିରେ ଗୋଟିଏ ନୁହେଁ ୨ରୁ ଅଧିକ ମ୍ୟାଚର ତାରିଖ ବଦଳିପାରେ ବୋଲି ଶାହ କହିଛନ୍ତି । ଯଦି ୧୫ ବଦଳରେ ୧୪ରେ ମ୍ୟାଚ ହୁଏ, ତେବେ ପ୍ରସାରଣକାରୀଙ୍କୁ ବହୁତ ଅସୁବିଧା ହେବ । କାରଣ ୧୪ରେ ଏକସଙ୍ଗେ ୩ଟି ମ୍ୟାଚ ଫସିଯିବ ।

Get real time updates directly on you device, subscribe now.