fbpx
BSKY SKY
BSKY SKY

ଆସନ୍ତାକାଲି ପରିବର୍ତ୍ତେ ଆଜି ହେବ ଯୁକ୍ତ ଦୁଇ ପାଠ୍ୟକ୍ରମରେ ସ୍ପଟ୍‍ ନାମଲେଖା 

BSKY

ଭୁବନେଶ୍ୱର: ଯୁକ୍ତ ଦୁଇ ପାଠ୍ୟକ୍ରମରେ ସ୍ପଟ୍‍ ନାମଲେଖା ଆସନ୍ତାକାଲି ପରିବର୍ତ୍ତେ ଆଜି ହେବ  । ମହରମ ପର୍ବ ପାଇଁ ରାଜ୍ୟ ସରକାର ଆସନ୍ତାକାଲି ଛୁଟି ଘୋଷଣା କରିଥିବାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଆଜି ସ୍ପଟ୍‍ ଆଡମିସନ୍‍ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।

ଅନ୍ୟପକ୍ଷରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି  । ଆସନ୍ତା କାଲି ପରିବର୍ତ୍ତେ ଚଳିତ ମାସ ୩୧ରୁ ଅଗଷ୍ଟ ୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି  ।

ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଅଗଷ୍ଟ ପହିଲାରୁ ଆରମ୍ଭ ହେବ । ଏପର୍ୟ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୪ ଲକ୍ଷ ୬୩ ହଜାର ୫୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.