fbpx

ସତରେ କ’ଣ UPରେ ପୁଣି ଥରେ ସରକାର ଗଢ଼ିବ ଭାଜପା: ଏହି ୫ଟି କାରଣ ପାଇଁ BJP ଜିତିବ

ନୂଆଦିଲ୍ଲୀ: ଆସନ୍ତାକାଲି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁର ଆଦି ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିବ । ତେବେ ସମସ୍ତଙ୍କର ନଜର ରହିଛି ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶ ଉପରେ । କାରଣ ୟୁପି ହିଁ ଦେଶର ରାଜନୀତିକୁ ଅଧିକାଂଶ ସମୟରେ ପରୋକ୍ଷରେ ନିୟନ୍ତ୍ରଣ କରିଥାଏ । ତେବେ ଇତିମଧ୍ୟରେ ଏକଜିଟ୍ ପୋଲ ସର୍ଭେ ଆସିଛି । ଇଣ୍ଡିଆ ଟୁଡେ, ସି ଭୋଟର, ଟାଇମ୍ସ ନାଓ, ଟୁଡେଜ ଚାଣକ୍ୟ, ଜନ କି ବାତ ଆଦି ବିଭିନ୍ନ ସଂସ୍ଥାର ରିପୋର୍ଟ ବିଜେପି ସପକ୍ଷରେ ଯାଇଛି । ୟୁପିରେ ବିଜେପି ବହୁମତ ସହ ସରକାର ଗଠନ କରିବ ବୋଲି ଅନୁମାନ କରାଯାଉଛି । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣଗୁଡ଼ିକ ସମ୍ପର୍କରେ ।

୧- ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ଅମିତ ଶାହ କାନୁନ ବ୍ୟବସ୍ଥାକୁ ନେଇ ପ୍ରଚାର କରିଥିଲେ । ତେବେ ଜନତା କାନୁନ ବ୍ୟବସ୍ଥା ମୁଦ୍ଦାକୁ ନେଇ ଭାଜପା ଉପରେ ଆସ୍ଥା ପ୍ରକଟ କରିଥିବା କୁହାଯାଉଛି ।

୨- ଜଣାପଡ଼ିଛି ଯେ, ୨୭ ପ୍ରତିଶତ ଲୋକ ବିଜେପିକୁ ରାଜ୍ୟର ବିକାଶ ଆଧାରରେ ଭୋଟ ଦେଇଛନ୍ତି । ମୋଦୀ-ଯୋଗୀଙ୍କ ଡବଲ ଇଞ୍ଜିନ ନାରା ରାଜ୍ୟବାସୀଙ୍କୁ ଆକୃଷ୍ଟ କରିଥିଲା

୩- ନିର୍ବାଚନ ସମୟରେ ବିଜେପିର ମାଗଣା ରାଶନ ଓ ଅନ୍ୟ ସରକାରୀ ଯୋଜନା ଲାଭାର୍ଥୀଙ୍କୁ ଭାଜପା ମୁହାଁ କରାଇଥିଲା । ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ପାଇଁ ଗରିବଙ୍କୁ ଘର ନିର୍ମାଣ ପାଇଁ ଅଢ଼େଇ ଲକ୍ଷ ଲେଖାଏଁ ବଣ୍ଟନ କରାଯାଇଥିଲା ।

୪- ୟୁପିରେ ୮ ପ୍ରତିଶତ ଲୋକ ବିଜେପିକୁ ମୋଦୀଙ୍କ ନାମରେ ଭୋଟ ଦେଇଛନ୍ତି । ମୋଦୀ-ଯୋଗୀଙ୍କ ଯୋଡ଼ି ଆଗରେ ଅଖିଳେଶ ଯାଦବ, ମାୟାବତୀ, ପ୍ରିୟଙ୍କା ଗାନ୍ଧିଙ୍କ ଯାଦୁ ଚାଲିନଥିଲା ।

୫- ୟୁପିରେ ବିଜେପି ହିନ୍ଦୁତ୍ୱକୁ ମୁଖ୍ୟ ରାଷ୍ଟ୍ରବାଦ ଏଜେଣ୍ଡା କରି ପ୍ରଚାରକୁ ଓହ୍ଲାଇଥିଲା । ନିର୍ବାଚନ ସମୟରେ ବିରୋଧୀମାନେ ଗରିବ, ବେକାରୀ ମୁଦ୍ଦା ଉଠାଇଥିବା ବେଳେ ବିଜେପି ରାମମନ୍ଦିର ନିର୍ମାଣ, ଆତଙ୍କବାଦକୁ ମୁଦ୍ଦା କରିଥିଲା ।

Get real time updates directly on you device, subscribe now.