fbpx

ବିଦେଶୀ ଟିକା କମ୍ପାନିଙ୍କ ପାଇଁ କୋହଳ ହେଲା ନିୟମ, DCGIଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଏଣିକି ଭାରତରେ ବିଦେଶୀ ଟିକା ଉପଲବ୍ଧ ହେବା ପାଇଁ ରାସ୍ତା ଆହୁରି ସହଜ ହୋଇଛି । ଦେଶର ସର୍ବୋଚ୍ଚ ଔଷଧ ସଂଞ୍ଚାଳନ ସଂସ୍ଥା DCGI ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିଦେଶୀ ଟିକା ପ୍ରସ୍ତୁତ କମ୍ପାନିଙ୍କ ପାଇଁ ନିୟମ କୋହଳ କରାଯାଇଛି । ଯେଉଁ ଦେଶମାନଙ୍କ ନିକଟରେ ପ୍ରମୁଖ ରାଷ୍ଟ୍ର ଓ ଶୀର୍ଷ ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥାଗୁଡ଼ିକର ଅନୁମତିପତ୍ର ରହିଛି ସେମାନେ ଭାରତରେ ଟିକା ଉପଲବ୍ଧ କରାଇବା ଆହୁରି ସହଜ ହୋଇଛି । ସମ୍ପୃକ୍ତ କମ୍ପାନିମାନଙ୍କୁ ଆଉ ଭାରତରେ ବିଭିନ୍ନ ପରୀକ୍ଷଣ କରିବାକୁ ପଡ଼ିବ ନାହିଁ । ଅର୍ଥାତ୍ ସିଧାସଳଖ ସେମାନେ ଭାରତରେ ଟିକା ଉପଲବ୍ଧ କରାଇପାରିବେ । ଏକ ଜାତୀୟସ୍ତରର ଇଂରାଜୀ ଦୈନିକପତ୍ରରେ ଏ ସମ୍ପର୍କରେ ବ୍ୟାପକ ସୂଚନା ଦିଆଯାଇଛି ।

ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଡାକ୍ତର ବେଣୁଗୋପାଳ ଜି ସୋମାନୀଙ୍କ ପକ୍ଷରୁ ଜୁନ୍ ପହିଲାରୁ ଉପରୋକ୍ତ ମର୍ମରେ ନୂଆ ନୋଟିସ୍ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଆମେରିକାର ଏଫଡିଏ, ୟୁରୋପର ଇଏମଏ, ୟୁକେର ଏମଏଚଆରଏ, ଜାପାନର ପିଏମ୍ଡିଏ ଭଳି ଶୀର୍ଷ ସଂସ୍ଥାଗୁଡ଼ିକ ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରିକାଳୀନ ବ୍ୟବହାର ତାଲିକାରେ ଆସିଥିବା ଟିକା ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ପାଇଁ ଦେଶରେ ପୁନଃ ପରୀକ୍ଷଣ କିଛି କରିବାକୁ ପଡ଼ିବ ନାହିଁ । ସେମାନେ ସିଧାସଳଖ ଭାବେ ଟିକା ଯୋଗାଇ ପାରିବେ ଏବଂ ତାହା ବ୍ୟବହାର ଉପଯୋଗୀ ହୋଇପାରିବ । ଏହି ମର୍ମରେ ଡାକ୍ତର ସୋମାନୀ ମତ ଦେଇଛନ୍ତି।

 

 

Get real time updates directly on you device, subscribe now.