fbpx

(Viral Video) ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଶଂସା ସାଉଁଟୁଛନ୍ତି ବିଦେଶୀ; ଗୋଟିଏ ଥାଳିରେ ପରଷିଲେ ଭାତ, ଡାଲି ଓ ଆଳୁ ଭଜା….

ଓଡ଼ିଶା ଭାସ୍କର: ଦିନକୁ ଦିନ ବଢୁଛି ଓଡ଼ିଆ ଖାଦ୍ୟର ଚାହିଦା । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅନେକ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି ବେଳର ଭିଡିଓ । ଖାଲି ଆମ ଦେଶ ନୁହେଁ ବରଂ ବିଦେଶରେ ବି ଓଡ଼ିଆ ଖାଦ୍ୟ ପ୍ରତିସ ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ତେବେ ଏହା କିଛି ନୂଆ ନୁହେଁ ଆଗରୁ ଏପରି ଅନେକ ଖାଦ୍ୟର ଭିଡିଓ ଦେଖିବାକୁ ମିଳିଛି, ଯେଉଁଥିରେ ଲୋକମାନେ ଓଡ଼ିଆ ବ୍ୟଞ୍ଜନକୁ ପସନ୍ଦ କରୁଛନ୍ତି । ଆଗରୁ ବି ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପଖାଳ, କଖାରୁ ଫୁଲ ବରା ଏବଂ ମାଛ ଛେଚା ଭଳି ଦେଶୀ ଖାଦ୍ୟ ଦେଖିବାକୁ ମିଳୁଛି। ଏଭଳି ଏକ ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବିଦେଶୀ ଓଡିଆ ଷ୍ଟାଇଲରେ ଡାଲି-ଭାତ ଓ ଆଳୁ ଭଜା ତିଆରି କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ @plantfuture ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟରୁ ସେୟାର କରାଯାଇଛି ।

ଏହି ଭିଡିଓରେ ବ୍ଲଗର୍ ସୋରିଷ ତେଲରେ ଆଳୁର ଛୋଟ ଛୋଟ ଖଣ୍ଡ କାଟି ଭାଜି ଦେଶୀ ମସଲା ମିଶାଇଥିଲେ। ଏହା ସହିତ ସେ ଲାଲ ଲଙ୍କା, ଜିରା, ପିଆଜ, ହେଙ୍ଗୁ ଓ ରସୁଣକୁ ହାଲକା ଭାଜି ଡାଲିରେ ମିଶାଇ ମଜାଳିଆ ଶୈଳୀରେ ଛୁଙ୍କ ମାରିଥିଲେ। ରୋଷେଇ କରିବା ପରେ ସେ ଏକ ପ୍ଲେଟରେ ଭାତ, ଡାଲି ଏବଂ ଆଳୁ ଭଜା ପରିବେଷଣ କରିଥିଲେ ଯେଉଁଥିରେ ପିଆଜ ଏବଂ ସବୁଜ ଲଙ୍କା ମଧ୍ୟ ଥିଲା । ଏହି ଖାଦ୍ୟ ବହୁତ ସ୍ୱାଦିଷ୍ଟ ଲାଗୁଥିଲା । ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ଏବଂ ହଜାର ହଜାର ଲୋକ ଏହାକୁ ଲାଇକ୍ ମଧ୍ୟ କରିଛନ୍ତି । ୟୁଜର୍ସ ଭିଡିଓକୁ ନେଇ ଅନେକ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଯଦି ଆପଣ ଏହା ସହିତ ପାମ୍ପଡ଼ ନେଇପାରିଥାନ୍ତେ, ତେବେ ଆହୁରି ମଜା ଆସିଥାନ୍ତା । ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ପରବର୍ତ୍ତୀ ସମୟରେ ଲୁଚି-ଚୋଖା ତିଆରି କରନ୍ତୁ। ଆଉ ଜଣେ ୟୁଜର ଲେଖିଛନ୍ତି, ଏହା ଦେଖି ମୋତେ ବହୁତ ଭୋକ ଲାଗିଲାଣି ।

 

View this post on Instagram

 

A post shared by JAKE DRYAN (@plantfuture)

Get real time updates directly on you device, subscribe now.