fbpx

ବନ ବିଭାଗର ଦ୍ୱାରା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ।

ମାଲକାନଗିରି , 24/3 :ମାଲକାନଗିରି ବନବିଭାଗ ପକ୍ଷରୁ ସମ୍ମିଳନୀ କକ୍ଷରେ ବନସୁରକ୍ଷା ସମିତି ଗୁଡିକୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ଶିବିର ଆୟୋଜିତ ହୋଇଯାଇଛି । ଖଣ୍ଡୀୟ ବନାଧିକାରୀ ଶ୍ରୀ ପ୍ରଦୀପ ଦେବିଦାସ ମିରାସେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସମସ୍ତ ବନାଅଞ୍ଚଳର ଅଧିକାରୀ ସମେତ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ବନ ସୁରକ୍ଷା ସମିତି ରୁ ସଭାପତି ଏବଂ କାର୍ଯ୍ୟରତ ଏନିମିଟର ଯୋଗ ଦେଇଥିଲେ । ନୂତନ ଭାବେ ଗାଁ ଗୁଡିକରେ ଗଠିତ ହୋଇଥିବା ବନ ସୁରକ୍ଷା ସମିତି ଗୁଡିକ ଦ୍ୱାରା ଗ୍ରାମର ବିଭିନ୍ନ ସମସ୍ୟା କୁ ଶୁଣିବା ସହ ଗାଁରେ ହେଉଥିବା ନାନାପ୍ରକାର ଅସୁବିଧା ଗୁଡିକ ର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଆଗାମି ଦିନରେ ବନବିଭାଗ ଦ୍ୱାରା ହେଉଥିବା ରୋଜଗାର କ୍ଷମ ବିଭିନ୍ନ କାର୍ଯ୍ୟକ୍ରମ, ସହିତ ବିଭିନ୍ନ ସରକାରୀ ସଂସ୍ଥା ସହ ସମ୍ମିଳିତ ଭାବେ କିଭଳି ଗ୍ରାମର ବିକାଶ ହୋଇପାରିବ ତାହାଉପରେ ବୈଠକରେ ଆଲୋଚନା ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମ କୁ ମାଲକାନଗିରି ସହଯୋଗୀ ଏନଜିଓ ସୃଷ୍ଟିର କର୍ମକର୍ତ୍ତା ଙ୍କ ସହାୟତାରେ ଆଗାମୀ ଦିନଗୁଡିକରେ ସଂପନ୍ନ କରାଯିବ । ଶେଷରେ ବନ ସୁରକ୍ଷା ସମିତିର ସଭ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Get real time updates directly on you device, subscribe now.