fbpx

ବନ କର୍ମଚାରୀଙ୍କ ଛୁଟି ବାତିଲ

Advertisement

ଭୁବନେଶ୍ୱର,୧୦ ।୩(ଓଡିଶା ଭାସ୍କର): ଅନେକ ଦିନ ହେଲା ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଅତି ଜରୁରୀ ହେଲେ ଡିଏଫଓଙ୍କ ଅନୁମତିରେ କର୍ମଚାରୀମାନେ ଛୁଟି ନେଇପାରିବେ । ଏହା ସହ ଛୁଟି ପାଇଁ ପିସିସିଏଫଙ୍କୁ ଛୁଟି ନେଇ ଅବଗତ କରିବାକୁ ପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ରାଜ୍ୟର ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଓଡିଶାକୁ ଆସିବ କେନ୍ଦ୍ରୀୟ ଟିମ୍ । ଏନେଇ ଆଜି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଜଡେକର । ସେ କହିଛନ୍ତି ଯେ, ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଓଡିଶାକୁ ଆସିବ ଓ ବୈଷୟିମ ପରାମର୍ଶ ଦେବ । ଜଙ୍ଗଲ ନିଆଁ ପରିଚାଳନା ପାଇଁ ରାଜ୍ୟ ବନ ବିଭାଗକୁ ସାହାର୍ଯ୍ୟ କରିବ ଟିମ୍ । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାର୍ଯ୍ୟ କରିବ ଟିମ୍ । ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ ।’

Get real time updates directly on you device, subscribe now.