fbpx

ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ, ପେଟ୍ରୋଲିଂ ସମୟରେ ଅଘଟଣ

କରଞ୍ଜିଆ: ଜଣେ ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗାମୁଛାଝରଣ ଉପର ବାହାକାମୁଡାରେ ଘଟିଛି ଏପରି ଅଘଟଣ । କିଛିଦିନ ହେବ ଶିମିଳିପାଳ ଅଭ୍ୟାରଣରେ ବନକର୍ମଚାରୀଙ୍କ ଘନ ଘନ ପ୍ରେଟ୍ରୋଲିଂ ଚାଲିଥିବାରୁ ଶିକାରୀମାନେ ଅସୁବିଧାରେ ପଡିଛନ୍ତି ।

ସୂଚନା ଅନୁଯାୟୀ, ଶିମିଳିପାଳ ଗାମୁଛାଝରଣରେ କାଲି ପେଟ୍ରୋଲିଂ ଚାଲିଥିଲା । ସେଠାରେ ଶିକରୀ ଜଣକ ଶିକାର କରୁଥିବା ବେଳେ ବନକର୍ମଚାରୀ ତାଙ୍କୁ ଗୋଡାଇଥିଲେ । ସେହି ସମୟରେ ଶିକାରୀ ଜଣକ ବନକର୍ମଚାରୀଙ୍କ ଉପରକୁ ଗୁଳି ମିନିମୟ କରିଥିଲା । ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ଛାତିରେ ଗୁଳି ବାଜିଥିଲା ।

ଆହତ ବନକର୍ମଚାରୀଙ୍କୁ କରଞ୍ଜିଆ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ନିକଟରେ ଶିମିଳିପାଳ ବନଖଣ୍ଡର ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ ଅଞ୍ଚଳରେ ଶିକାରୀ ଏକ କୁଟୁରାକୁ ଶିକାର କରି ନେଇ ଯାଉଥିଲା । ସେଠାରେ ବନକର୍ମଚାରୀ ତାଙ୍କୁ ଘଉଡାଇବାକୁ ଯାଇଥିବା ସମୟରେ ଫରେଷ୍ଟ ଗାର୍ଡ ଉପରକୁ ଶିକାରୀ ପାଲଟା ଗୁଳି ବିନିମୟ କରିଥିଲା । ଫଳରେ ବନକର୍ମଚାରୀଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.