fbpx

Indian Railwaysର ଜାଣିବା କଥା: ଟ୍ରେନରେ ଜିନିଷ ଚୋରିକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ: ଟ୍ରେନରେ ଯିବାଆସିବା ସମୟରେ ଅେନେକ ପ୍ରକାର ଘଟଣା ଦୁର୍ଘଟଣା ବା ଅଘଟଣ ଘଟିଥାଏ । ଅନେକ ସମୟରେ ଟ୍ରେନ ଭିତରୁ ଯାତ୍ରୀଙ୍କ ଜିନିଷ ଚୋରି ହେଉଥିବା ଅଭିଯୋଗ ମଧ୍ୟ ହୋଇଥାଏ । ତେବେ ଟ୍ରେନରେ ହେଉଥିବା ଏହି ଚୋରି ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଟ୍ରେନରେ ଯାତ୍ରୀମାନେ ନେଇ ଯାଉଥିବା ବ୍ୟାଗ୍ ବା ଟଙ୍କାର ସୁରକ୍ଷା ଉପରେ ରେଲୱେର କର୍ତ୍ତବ୍ୟ କ’ଣ ସେ ନେଇ ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କ ଟଙ୍କା ଏବଂ ବ୍ୟାଗ ସମ୍ପୂର୍ଣ୍ଣ ରୂପେ ନିଜର ଦାୟିତ୍ୱ । ଏସବୁ ଚୋରି ହେଲେ ଭାରତୀୟ ରେଲୱେ ଏଥିପାଇଁ ଉତ୍ତରୀଦାୟୀ ରହିବ ନାହିଁ । ଏକ ବଡ ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଟ୍ରେନରେ ଜିନିଷ ଚୋରି ଉପରେ ରେଲୱେ ତରଫରୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ । କାରଣ ଟ୍ରେନରୁ ଟଙ୍କା ବା ଜିନିଷ ଚୋରି ହେବା ରେଲୱେ ସେବାର ଏକ ତ୍ରୁଟି ବୋଲି କୁହାଯାଇ ପାରିବ ନାହିଁ । ଏଥିପାଇଁ ଦାୟୀ ରହିବ ନାହିଁ ଭାରତୀୟ ରେଳ ବିଭାଗ । ୨୦୦୫ ମସିହାର ଏକ ମାମଲାକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଯାତ୍ରା ସମୟରେ ଏହି ଜଣେ କପଡା ବ୍ୟବସାୟୀଙ୍କଠାରୁ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ସେ ଏହି ଟଙ୍କାର କ୍ଷତପୂରଣ ପାଇଁ ଭାରତୀୟ ରେଲୱେକୁ ଦାବି କରିଥିଲେ । ତେବେ ନିମ୍ନ ଫୋରମରେ ଏହାକୁ ଗ୍ରହଣ ମଧ୍ୟ କରାଯାଇଥିଲା ।

ଉପଭୋକ୍ତାମଞ୍ଚର ସର୍ବସମ୍ମତି ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ରେଲୱେ । ଏଠାରେ ଜଷ୍ଟିସ ବିକ୍ରମ ନାଥ ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ନୂଆ ରାୟ ଶୁଣାଇଛନ୍ତି । ଟ୍ରେନରେ ସମସ୍ତ ଜିନିଷ ଏବଂ ଟଙ୍କାର ସୁରକ୍ଷା ଯାତ୍ରୀଙ୍କର ଦାୟିତ୍ୱ ଏବଂ ଏଥିରେ ରେଲୱେର କୌଣସି କର୍ତ୍ତବ୍ୟ ନାହିଁ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

Get real time updates directly on you device, subscribe now.