fbpx

ଶରୀର ଲାଗି ବହୁତ ଜରୁରୀ ଭିଟାମିନ୍ ଡି’, ଗରମରେ ଖରାକୁ ନ ଯାଇ କିପରି ପାଇହେବ ଭିଟାମିନ୍ ଡି’

ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ଲାଗି ବିଭିନ୍ନ ପ୍ରକାର ଭିଟାମିନ୍ସ ଓ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି । ଶରୀରରେ ଭିଟାମିନ୍ କମିଯିବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଭୋଗିବାକୁ ପଡିଥାଏ । ଭିଟାମିନ୍ ଡି’ ମଧ୍ୟ ଶରୀର ଲାଗି ବହୁତ ଜରୁରୀ । ଏହାର ଅଭାବ ଦ୍ୱାରା ହାଡ ଦୂର୍ବଳ ହୋଇଥାଏ । ଏହା ବ୍ୟତିତ ଭିଟାମିନ୍ ଡି’ ସ୍ୱାସ୍ଥ୍ୟ ପାଇଁ ବହୁ ଦୃଷ୍ଟିରୁ ଲାଭଦାୟକ ହୋଇଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଓ ଡିପ୍ରେସନ୍ କୁ କମ୍ କରିବାରେ ସହାୟକ ହୋଇଥାଏ ।
ତେବେ ଭିଟାମିନ୍ ଡି’ର ମୁଖ୍ୟ ସ୍ରୋତ ସୂର୍ଯ୍ୟଙ୍କ କିରଣ ହୋଇଥାଏ । କିନ୍ତୁ ଭୀଷଣ ଗରମରେ ଖରାଦିନେ ବାହାରକୁ ଯିବା ଅସମ୍ଭବ ହୋଇ ପଡିଥିବା ବେଳେ ଆମେ ଭିଟାମିନ୍ ଡି’ର ଅନ୍ୟ ବିକଳ୍ପ ଆପଣାଇବା ଜରୁରୀ । ଏହି କ୍ରମରେ ଆମକୁ ଭିଟାମିନ୍ ଡିରେ ଭରପୁର ଖାଦ୍ୟପଦାର୍ଥ ଅଧିକ ମାତ୍ରାରେ ଖାଇବାକୁ ପଡିବ ।
ଛତୁ:
ମେଡିକାଲ୍ ନ୍ୟୁଜ୍ ଟୁଡେର ଏକ ଖବର ଅନୁଯାୟୀ ଶାକାହାରୀ ଲୋକଙ୍କ ଲାଗି ଛତୁ ଭିଟାମିନ୍ ଡି’ର ଏକ ଉତ୍ତମ ଉତ୍ସ ହୋଇଥାଏ । କାରଣ ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ଡି ରହିଛି ଯାହା ଖାଇବା ଦ୍ୱାରା ଶରୀରକୁ ବହୁ ଫାଇଦା ମିଳିଥାଏ ।
ସୋୟା ପ୍ରଡକ୍ଟ:
ସୋୟା ପ୍ରଡକ୍ଟରେ ଭିଟାମିନ୍ ଡି’ ଭରପୁର ରହିଥାଏ । ସୋୟା ଦହି, କ୍ଷୀର, ଟୋଫୁ ଇତ୍ୟାଦି ଭିଟାମିନ୍ ଡି’ ଅଭାବ ଦୂର କରିବାରେ ସହାୟକ ହୋଇଥାଏ ।
ଅଣ୍ଡା:
ଭିଟାମିନ୍ ଡି’ ଅଭାବରୁ ବିଭିନ୍ନ ସମସ୍ୟା ସାମନା କରୁଥିବା ବ୍ୟକ୍ତି ପାଇଁ ଅଣ୍ଡା ବହୁତ ଲାଭଦାୟକ ହୋଇଥାଏ । କାରଣ ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ଡି ରହିଛି । ଅଣ୍ଡାରେ ଭିଟାମିନ୍ ଡି’ ସହିତ ପ୍ରୋଟିନ୍ ମଧ୍ୟ ଭରପୁର ମାତ୍ରାରେ ରହିଥାଏ ।
ସାଲମନ୍ ମାଛ: ଏହି ମାଛରେ ଭିଟାମିନ୍ ଡି’ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ । ଏହାକୁ ଭିଟାମିନ୍ ଡି’ର ଏକ ବଡ ଉତ୍ସ ମନେ କରାଯାଏ । ଏଣୁ ଆପଣ ସାଲମନ୍ ମାଛ ଖାଇ ଭିଟାମିନ୍ ଡି’ର ଅଭାବ ପୂରଣ କରିପାରିବେ ।
ଗାଈ କ୍ଷୀର:
ଗାଈ କ୍ଷୀରରେ ଭରପୁର ଭିଟାମିନ୍ ଡି’ ରହିଛି । ଶାକାହାରୀଙ୍କ ପାଇଁ ଗାଈ କ୍ଷୀର ପିଇବା ବହୁତ ଲାଭଦାୟକ ହୋଇଥାଏ । ଭିଟାମିନ୍ ଡି’ ଅଭାବ ପୂରଣ ଲାଗି ଏହା ସର୍ବୋତ୍ତମ ମାଧ୍ୟମ ହୋଇଥାଏ ।

Get real time updates directly on you device, subscribe now.