“ମତେ କ୍ଷମା କର ବାବା-ମାମା, ମୁଁ ଆଉ ସହିପାରିବିନି, ବାଏ” ଆତ୍ମହତ୍ୟା ପୂର୍ବରୁ ଛାତ୍ରଙ୍କ କୋହଭରା ସୁଇସାଇଡ୍ ନୋଟ୍

ମହାରାଷ୍ଟ୍ର: ମତେ କ୍ଷମା କର ବାବା,ମାମା। ମୁଁ ଆଉ ସହି ପାରୁନି। ତେଣୁ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଉଛି। ପୁଣି ଏକ ନିଟ୍ ଛାତ୍ରଙ୍କ ଆତ୍ମହତ୍ୟା ପୂର୍ବର କୋହ ଭରା ସୁଇସାଇଡ୍ ନୋଟ୍ ଭାଇରାଲ୍ ହେବାରେ ଲାଗିଛି।

ଯାହାକୁ ଶୁଣିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ। ଆପଣଙ୍କ ଆଖିରୁ ଆପେ ଆପେ ଲୁହ ଧାର ବହିଯିବ। ଏହି ଘଟଣାଟି ଦେଶର ଲକ୍ଷ ଲକ୍ଷ ବାପା ମାଆଙ୍କ ପାଇଁ ଏକ ତିକ୍ତ ସତ।

ଯେଉଁ ବାପା,ମାଆମାନେ ସେମାନଙ୍କ ପିଲାମାନଙ୍କ ଉପରେ ଆଶାର ବୋଝ ଲଦି ଦିଅନ୍ତି, ସେମାନେ ଏଥିରୁ ନିଶ୍ଚିତ ଭାବରେ ଶିକ୍ଷା ଗ୍ରହଣ କରିବା ଉଚିତ।

ପୂରା ଘଟଣା କ’ଣ: ପ୍ରକୃତରେ ମହାରାଷ୍ଟ୍ର ନାଗପୁରର କେନାଲ ରୋଡରେ ଅବସ୍ଥିତ ଫିଜିକ୍ସ ବିଦ୍ୟାଳୟରେ ପଢୁଥିବା ଜଣେ ୧୬ ବର୍ଷୀୟ ଛାତ୍ର ଖ୍ୱାହିଶ ଦେବରାମ ନାଗାରେ ମଙ୍ଗଳବାର ଦିନ ନିଜ ଜୀବନ ଶେଷ କରିଦେଇଛନ୍ତି।

ଖ୍ୱାହିଶ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏହି ହୃଦୟ ବିଦାରକ ଘଟଣା ପୁଣି ଥରେ ଶିକ୍ଷାର ଅତ୍ୟଧିକ ଚାପ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଅଭିଭାବକଙ୍କ ଅବାସ୍ତବ ଆଶାର ଗମ୍ଭୀର ପରିଣାମକୁ ଉଜାଗର କରିଛି।

ସୁଇସାଇଡ୍ ନୋଟରେ କ’ଣ ଲେଖିଛନ୍ତି: ଆତ୍ମହତ୍ୟା କରିବା ପୂର୍ବରୁ ଖ୍ୱାହିଶ ତାଙ୍କ ବାପା,ମାଆଙ୍କ ପାଇଁ ଏକ ଭାବପ୍ରବଣ ଏବଂ ହୃଦୟବିଦାରକ ସୁଇସାଇଡ୍ ନୋଟ୍ ଲେଖିଯାଇଛନ୍ତି।

ଏହି ସୁଇସାଇଡ୍ ନୋଟ୍ ପ୍ରତ୍ୟେକ ପିତାମାତାଙ୍କ ପାଇଁ ଏକ ଚେତାବନୀ। ଯେଉଁମାନେ ଭାବନ୍ତି ଯେ ସେମାନଙ୍କ ପିଲାମାନେ ସମସ୍ତ ପ୍ରକାରର ଚାପ ସହି ପାରିବେ।

ଖ୍ୱାହିଶ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଲେଖିଥିଲେ, “ବାବା,ମାମା ମତେ କ୍ଷମା କରିବ, ମୁଁ ଏହା ସହି ପାରିବି ନାହିଁ… ମୁଁ ୧୫ ଦିନ ହେବ ଭାବୁଛି  ଯେ ମୁଁ ଏହା କରିପାରିବି ନାହିଁ… ହେଲେ ମତେ କ୍ଷମା କରନ୍ତୁ…ମୁଁ ପାରିଲି ନାହିଁ

ଆପଣଙ୍କୁ ଧନ୍ୟବାଦ, ମୋତେ ସବୁ ସମୟରେ ଯାହା ମୋର ଦରକାର ସବୁକିଛି ଦେଇଛ… ମୁଁ ତୁମକୁ ବହୁତ ଭଲ ପାଏ ମାଆ… କିନ୍ତୁ ବାସ୍… ଏବେ ମୁଁ  ଆଉ ସହିପାରିବି ନାହିଁ… ବାଏ…”

ଏହି ନୋଟ୍‌ରେ ସେ ତାଙ୍କ ବାପା ମାଆଙ୍କୁ ମଧ୍ୟ କହିଥିଲେ ଯେ ସେ ସେମାନଙ୍କୁ ଭେଟିବାକୁ ଚାହାଁନ୍ତି, କିନ୍ତୁ ଏବେ ସେ ସେମାନଙ୍କୁ ଭେଟିପାରିବେ ନାହିଁ। ସେ ସେମାନଙ୍କୁ ନ କାନ୍ଦିବାକୁ ଅନୁରୋଧ କରିଥିଲେ,କାରଣ ସେ ଯାହା କରୁଛନ୍ତି ତାହା ତାଙ୍କ ନିଜସ୍ୱ ଇଚ୍ଛାରେ।

NEET ଛାତ୍ରୀଙ୍କ ଆତ୍ମହତ୍ୟା: ଦ୍ୱିତୀୟ ମାମଲାଟି ନାଗପୁରର ହିଙ୍ଗନା ପୋଲିସ ଷ୍ଟେସନରୁ ଆସିଛି। ଯେଉଁଠାରେ ବୈଦେହୀ ଅନିଲ ଉଇକେ ନାମକ ଜଣେ ୧୭ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଥିଲେ।

ବୈଦେହୀ ମଧ୍ୟ NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। NEET ପରୀକ୍ଷାରେ ବିଫଳ ହେବା ପରେ ସେ ପୁଣି ଥରେ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପୁଣି ଥରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସମୟରେ ସେ ଫେଲ୍ ହୋଇଗଲେ ଏବଂ ଆତ୍ମହତ୍ୟା କଲେ।

ନାଗପୁର ପୋଲିସ ଉଭୟ ମାମଲାରେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।