Big Breaking: ବିଜେଡି ଛାଡିଲେ ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର: ବିଜେଡି ଛାଡିଲେ ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳର ସଭାପତିଙ୍କୁ ପଠାଇଲେ ଇସ୍ତଫା । ପ୍ରିୟଦର୍ଶୀ ମିଶ୍ର ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ । ସେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ । ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ବିଜେଡି ଛାଡିଲେ ।

ସୂଚନାନୁଯାୟୀ, ଲୋକସଭା ନିର୍ବାଚନ ପୂର୍ବରୁ ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡିଛନ୍ତି । ଦଳରେ ଲଗାତାର ଅବହେଳା ପାଇଁ ସେ ଦଳ ଛାଡିଛନ୍ତି ବୋଲି କହିଛନ୍ତି । ତେବେ ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ରହିଛନ୍ତି । ବିଜେଡି ଛାଡିବା ପରେ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ଏ ନେଇ କୌଣସି ସୂଚନା ମିଳି ନାହିଁ । ତେବେ ପ୍ରିୟଦର୍ଶୀଙ୍କ ଏଭଳି ନିଷ୍ପତ୍ତି ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି ।

Get real time updates directly on you device, subscribe now.