fbpx
BJD SKY
BJD SKY

(Video) ସେଦିନ ନବୀନ, ଏବେ ଗମ୍ଭୀର… ‘ଦୋସ୍ତି’ର ନୂଆ କାହାଣୀ ଲେଖୁଛନ୍ତି ବିରାଟ: ଯୋଡ଼ି ସୁପରହିଟ

BJD

Virat Kohli ଆଇପିଏଲ ୨୦୨୪ରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । କେଉଁଠି ବନ୍ଧୁତାରେ ଫାଟ ସୃଷ୍ଟି ହେଉଛି ତ ଆଉ କେଉଁଠି ଦୀର୍ଘ ଦିନର ମତଭେଦରେ ପଡ଼ୁଛି ପୂର୍ଣ୍ଣଚ୍ଛେଦ । ବର୍ତ୍ତମାନ ଆଇପିଏଲ ଆରମ୍ଭ ହୋଇ ଯାଇଥିବା ବେଳେ ଦୁଇଟି ଘଟଣା ଏବଂ ୪ ଜଣ ଖେଳାଳିଙ୍କୁ ନେଇ ଚର୍ଚ୍ଚାରେ ରହିଛି । ଗତବର୍ଷ ଆଇପିଏଲରୁ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଏବେ ବନ୍ଧୁତାରେ ବଦଳିଯାଇଛି । ସେପଟେ ଭାରତୀୟ କ୍ରିକେଟର ଅଧିନାୟକ ରୋହିତ ଶର୍ମା ଏବଂ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି ।

ଟିମ ଇଣ୍ଡିଆର କିଙ୍ଗ ବିରାଟ କୋହଲି ଏବେ ବନ୍ଧୁତାର ଏକ ନୂଆ କାହାଣୀ ଲେଖୁଛନ୍ତି । ଅନେକ ଖେଳାଳିମାନଙ୍କ ମଧ୍ୟରେ ଥିବା ବିବାଦକୁ ଧିରେ ଧିରେ ଶେଷ କରୁଛନ୍ତି ବିରାଟ । ଚଳିତବର୍ଷ ଆଇପିଏଲର ଦଶମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ । କେଲାକାତା ଏହି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ମ୍ୟାଚ ମଝିରେ ‘ବିରାଟ’ ସମ୍ପର୍କର ମୂଳଦୁଆ ପଡ଼ିଛି । ବେଙ୍ଗଲୁରୁ ଇନିଂସର ୧୬ତମ ଓଭରରେ ଟାଇମ ଆଉଟ ନିଆଯାଇଥିଲା । ଏହି ସମୟରେ ପଡ଼ିଆରେ ସମସ୍ତ ଖେଳାଳି ଡ୍ରିଙ୍କ ନେଉଥିବା ବେଳେ ବିରାଟ ଏବଂ ଗମ୍ଭୀର ପାଖାପାଖି ହୋଇଥିଲେ । ତେବେ ଏହା ଦେଖି ଫ୍ୟାନ୍ସ ଭାବି ନେଇଥିଲେ ଯେ, ପୁଣିଥରେ ଆଇପିଏଲ-୨୦୨୩ର ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିବ । କିନ୍ତୁ ଏଠି ଘଟଣା ଥିଲା ସମ୍ପୂର୍ଣ୍ଣ ଅଲଗା । ବିରାଟ-ଗମ୍ଭୀର ପୁଣିଥରେ ଲଢେଇ କରିବା ପରିବର୍ତ୍ତେ ପରସ୍ପର ପ୍ରତି ସମ୍ମାନ ଜଣାଇ ବନ୍ଧୁତାର ଆଉ ଏକ ଅଧ୍ୟାୟ ଆରମ୍ଭ କରିଛନ୍ତି ।

ଆଇପିଏଲ-୨୦୨୩ରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଉଭୟ ଖେଳାଳି ପରସ୍ପର ସହ ହାତ ମିଳେଇବା ସହ ପରସ୍ପରକୁ ଆଲିଙ୍ଗନ କରି ଖୁବ ଖୁସିରେ କଥା ହେଉଥିବାର ଦେଖାଯାଇଛି । ବେଙ୍ଗଲୁରୁ-କୋଲକାତା ମ୍ୟାଚରେ ଉଭୟଙ୍କ ମଧ୍ୟରେ ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି ଯେ, ଗମ୍ଭୀର ପ୍ରଥମେ ବିରାଟଙ୍କ ସହ ହାତ ମିଳାଇବା ସହ ତାଙ୍କୁ ଆଲିଙ୍ଗନ କରିଛନ୍ତି । ବିରାଟ-ଗମ୍ଭୀରଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ହୋଇଥିବା ବେଳେ ଏହି ସମୟରେ ଉଭୟଙ୍କ ମୁହଁରେ ହସ ଦେଖାଯାଇଛି । ତେବେ ଏହାପୂର୍ବରୁ ଦିନିକିଆ ବିଶ୍ୱକପରେ ବିରାଟ କୋହଲି ଏବଂ ଆଫଗାନିସ୍ତାନ ଖେଳାଳି ନବୀନ ଉଲ୍ ହକଙ୍କ ମଧ୍ୟରେ ବିବାଦରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଉଭୟ ଖେଳାଳିଙ୍କୁ ବିଶ୍ୱକପ ମ୍ୟାଚରେ ବନ୍ଧୁତାର ହାତ ବଢାଉବା ସହ ବିବାଦକୁ ଶେଷ କରିଛନ୍ତି ।

Virat Kohli Said 'We're Done With That': Naveen-ul-Haq Reveals His On-field  Chat With Indian Star

Get real time updates directly on you device, subscribe now.