fbpx

୪୮ ବର୍ଷରେ ଆଖି ବୁଜିଲେ ସାଉଥ ଅଭିନେତା ଡାନିଏଲ ବାନାର୍ଜୀ

ନୂଆଦିଲ୍ଲୀ: ତାମିଲ ଅଭିନେତା ଡାନିଏଲ ବାଲାଜୀ ୨୯ ମାର୍ଚ୍ଚ ଅର୍ଥାତ ଶୁକ୍ରବାର ରାତିରେ ପ୍ରାଣତ୍ୟାଗ କରିଛନ୍ତି । ହାର୍ଟ ଆଟାକ ଆସିବାରୁ ତାଙ୍କର ପ୍ରାଣହାନୀ ଘଟିଛି । ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଛି। ଡାନିଏଲ ତାମିଲ ‘କାଦଲ କୋଣ୍ଡିନ’, ‘ଭେଟ୍ଟାୟାଡୁ ଭିଲାଏଡୁ’, ‘ମାରୁମୁଗାମ’, ‘ଭାୟା ରାଜ’, ‘ଭୈରବ’, ‘ମାୟାଭାନ’, ‘ବିଗିଲ’, ‘ଭଡା ଚେନ୍ନାଇ’ ଏବଂ ମାଲାୟାଲମ, କନ୍ନଡ ଏବଂ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଥିସହ ସେ ଅନେକ ଟିଭି ଶୋ ମଧ୍ୟ କରିଛନ୍ତି।

ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଭିଲେନ ଭୂମିକା ଗ୍ରହଣ କରିବା ପାଇଁ ଡାନିଏଲ ବାଲାଜୀ ଜଣାଶୁଣା। ‘ଭେଟ୍ଟାୟାଡୁ ଭିଲାଏଡୁ’ ଏବଂ ‘ପୋଲାଧବନ୍’ରେ ଭିଲେନ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଥିଲା। ତାଙ୍କ ସ୍ୱର ମଧ୍ୟ ବହୁତ ଭଲ ଥିଲା। ଫିଲ୍ମ ଟ୍ରେଡ଼ ଆନାଲିଷ୍ଟ ଶ୍ରୀ ପିଲ୍ଲଇ ଡାନିଏଲ ବାଲାଜୀଙ୍କ ଦେହାନ୍ତକୁ ସ୍ପଷ୍ଟ କରିଛନ୍ତି ଏବଂ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି।

 

Get real time updates directly on you device, subscribe now.