fbpx

ବିଦାୟ ନେଲେ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ : ଫେସ୍‌ବୁକ ଜରିଆରେ ଖବର ନିଶ୍ଚିତ କଲେ ପତ୍ନୀ

ନୂଆଦିଲ୍ଲୀ : ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ହିଥ୍‌ ଷ୍ଟ୍ରିକ୍‌ ଦୁନିଆରୁ ବିଦାୟ ନେଲେ । ମାତ୍ର 49 ବର୍ଷ ବୟସରେ ସେ କ୍ରିକେଟ ସହ ସାରା ଦୁନିଆକୁ ଅଲବିଦା କହିଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ଖବରକୁ ନିଶ୍ଚିତ କରାଯାଇଛି । ‘ଫ୍ରି ଫେସ ଜର୍ନାଲ’ ଙ୍କ କହିବା ଅନୁସାରେ ଜିମ୍ବାୱେର ମହାନ କ୍ରିକେଟର ହିଥଙ୍କ ପତ୍ନୀ ନାଦିନ ନିଜେ ଫେସବୁକ ଜରିଆରେ ସ୍ୱାମୀଙ୍କ ନିଧନର ଖବର କହି ଖବରକୁ ନିଶ୍ଚିତ କରିଛନ୍ତି ।

ସୂଚନା ଅନୁସାରେ, ହିଥ୍‌ ଷ୍ଟ୍ରିକ୍‌ ରବିବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ଷ୍ଟ୍ରିକଙ୍କୁ କୋଲନ୍‌ ଏବଂ ଲିଭର କ୍ୟାନସର ଥିଲା। ଆଜି ତାଙ୍କର ମୃତ୍ୟୁ ଖବର ଫ୍ୟାନ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ହିଥ୍‌ ଷ୍ଟ୍ରିକ୍‌ ଜିମ୍ବାୱେ ଟିମ୍‌କୁ ଅନେକ ମ୍ୟାଚ୍‌ ଜିତାଇଥିଲେ । ସେ ଜିମ୍ବାୱେ ପାଇଁ ୬୫ଟି ଟେଷ୍ଟ୍‍ ମ୍ୟାଚ୍‌ରେ ୧୯୯୦ ରନ୍‌ ଏବଂ ୨୧୬ଟି ଓ୍ଵିକେଟ୍‌ ହାସଲ କରିଥିଲେ । ସେହିପରି ୧୮୯ଟି ଦିନିକିଆ ମ୍ୟାଚ୍‌ ଖେଳି ହିଥ୍‌ ଷ୍ଟ୍ରିକ୍‌ ୨୯୪୩ ରନ୍‌ ସହ ୨୩୯ ଓ୍ଵିକେଟ୍‌ ହାସଲ କରିଥିଲେ। ସେ ବୋଲିଂରେ ମାହିର ଥିଲେ। ୨୦୦୦ରୁ ୨୦୦୪ ମଧ୍ୟରେ ହିଥ୍‌ ଷ୍ଟ୍ରିକ୍‌ ଜିମ୍ବାୱେ ଟିମ୍‌ର ଅଧିନାୟକ ରହିଥିଲେ।

Get real time updates directly on you device, subscribe now.