fbpx

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତିଙ୍କ ଦେହାନ୍ତ

Advertisement

ନୂଆଦିଲ୍ଲୀ: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (ସିଜେଆଇ) ରମେଶ ଚନ୍ଦ୍ର ଲାହୋଟିଙ୍କର ପରଲୋକ ଘଟିଛି । ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାରବର୍ଗଙ୍କ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଗତ ୨୦୦୪ ମସିହା ଜୁନ ମାସ ୧ ତାରିଖରେ ସେ ଦେଶର ୩୫ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ସେ ୨୦୦୫ ମସିହା ନଭେମ୍ବର ମାସ ୧ ତାରିଖରେ ଅବସର ଗ୍ରହଣ କରିଥିଲେ । ଏଥିସହିତ ସେ ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ)ର ଇଣ୍ଡିପେଣ୍ଡେଣ୍ଟ ବୋର୍ଡ ଅଫ୍ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ ।

ଜଷ୍ଟିସ୍ ଲାହୋଟି ୧୯୪୦ ମସିହା ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ରେ ବାରରେ ଯୋଗଦେଇଥିଲେ ଓ ୧୯୬୨ରେ ଓକିଲ ଭାବେ ସ୍ୱୀକୃତି ପାଇଥିଲେ । ୧୯୭୭ରେ ସେ ସିଧାସଳଖ ବେଞ୍ଚରେ ନିଯୁକ୍ତି ପାଇଥିଲେ । ୧୯୮୮ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ଜଜ ଭାବେ ନିଯୁକ୍ତି ପାଇଥିଲେ ଓ ତା’ ପରବର୍ଷ ସେ ସ୍ଥାୟୀ ଜଜ ଭାବେ କାର୍ଯ୍ୟ କରିଥିଲେ । ୧୯୯୪ରେ ସେ ଦିଲ୍ଲୀ ହାଇକୋର୍ଟକୁ ଟ୍ରାନ୍ସଫର ହୋଇଥିଲେ ଓ ୧୯୯୮ରେ ସେ ସୁପ୍ରିମକୋର୍ଟର ଜଜ ଭାବେ ଦାୟିତ୍ୱଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସିଜେଆଇ ଏନଭି ରମଣଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.