ବିଜେଡ଼ିକୁ ଶକ୍ତ ଝଟକା; କଂଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ, ଗତକାଲି ବିଜେଡ଼ିରୁ ଦେଇଥିଲେ ଇସ୍ତଫା

ପୂର୍ବତନ CM ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସକୁ ଫେରିଲେ । 2019ରେ ବିଜେଡ଼ି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ ସୁନୀତା ।

ଭୁବନେଶ୍ବର: ପୂର୍ବତନ CM ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସକୁ ଫେରିଲେ । 2019ରେ ବିଜେଡ଼ି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ ସୁନୀତା । କିନ୍ତୁ ପରାଜିତ ହୋଇଥିଲେ ।

ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ, ଆଉ ଆଜି କଂଗ୍ରେସରେ ସନୀତା ମିଶିଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା ବିଶ୍ବାଳ ।

୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ । କିନ୍ତୁ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଗତକାଲି ହଠାତ୍ ସେ ଦଳର ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ ।

ସୁନୀତା ବିଶ୍ବାଳଙ୍କ ଭଉଣୀ ଅମିତା କହିଛନ୍ତି, “ମୋ ଭଉଣୀ ନିଜ ଘରକୁ ଫେରିଛନ୍ତି। ଏଥର କଂଗ୍ରେସ ସୁଦୃଢ ହେବ। ବିଜେଡିରେ ସେ ଅଣଦେଖାର ଶିକାର ହୋଇଥିଲେ। ଯାହାକୁ ନେଇ ସେ ବିଜେଡି ଛାଡିଛନ୍ତି। ମୁଁ କଂଗ୍ରେସରୁ ପ୍ରାର୍ଥୀ, ମୋ ଭଉଣୀ ବିଜେଡିରେ। ଯାହାକୁ ନେଇ ଭୋଟର ଅନେକ ପ୍ରଶ୍ନ କରିଥିଲେ। ମୁଁ ଫିଲ୍ଡ ଗଲା ବେଳେ ଏହି ପ୍ରଶ୍ନର ସାମ୍ନା କରୁଥିଲି। ଏବେ ତାହାର ଅବସାନ ହୋଇଛି।”