fbpx
BSKY SKY
BSKY SKY

ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅବସ୍ଥା ଗୁରୁତର

BSKY

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଶ୍ରୀ ସିଂହଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିବା ହସ୍ପିଟାଲ ସୂତ୍ରରୁ ସୂଚନା ଦିଆଯାଇଛି । ଏ ବିଷୟରେ ଖବର ପାଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲ ଯାଇ କଲ୍ୟାଣଙ୍କର ସ୍ୱାସ୍ଥ୍ୟ ବିଷୟରେ ବୁଝିଛନ୍ତି । ଗତ ଦୁଇ ସପ୍ତାହ ହେଲା ଶ୍ରୀ ସିଂହଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ସେ କରୋନାରେ ଆକ୍ରାନ୍ତ ହେବା ସହ ପରବର୍ତ୍ତୀ ସମୟରେ ଅକ୍ଟୋବର ମାସରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା । ସେ ୧୯୯୧ ମସିହା ଜୁନ୍ ୨୪ରୁ ୧୯୯୨ ମସିହା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ।

Get real time updates directly on you device, subscribe now.