fbpx

ଧୋନୀଙ୍କୁ ନେଇ ପୂର୍ବତନ କ୍ରିକେଟରଙ୍କ ବୟାନ: ଜାଡେଜାଙ୍କୁ ସ୍ୱାଧୀନତା ଦେବା ପାଇଁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ପୂର୍ବରୁ ହଠାତ ଅଧିନାୟକ ପଦରୁ ଇସ୍ତଫା ଦେଇ ଜାଡେଜାଭ୍କୁ ନେତୃତ୍ୱ ହସ୍ତାନ୍ତର କରିଛନ୍ତି କ୍ୟାପଟେନ କୁଲ ମାହି । କିନ୍ତୁ ଚେନ୍ନାଇର ଉଭୟ ମ୍ୟାଚରେ ଧୋନୀ ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସାମାନ୍ୟ ନାରାଜ ଜାହିର କରିଛନ୍ତି ପୂର୍ବତନ ଖେଳାଳି ପାର୍ଥିବ ପଟେଲ । ଦଳର ଅଧିନାୟକ ରବିନ୍ଦ୍ର ଜାଡେଜାଙ୍କୁ ସହ ନିଷ୍ପତ୍ତି ନେବାର ସ୍ୱାଧୀନତା ଦେବା ପାଇଁ ପାର୍ଥିବ ପରାମର୍ଶ ଦେଇଛନ୍ତି । ତେବେ ଦୁଇଟି ମ୍ୟାଚରେ ପରାଜୟ ପରେ ପୁଣି ଥରେ ଧୋନୀଙ୍କୁ ନେତୃତ୍ୱ ଦେବା ପାଇଁ ପ୍ରଶଂସକମାନେ ଦାବି କରୁଛନ୍ତି ।

ଉଭୟ ମ୍ୟାଚରେ ଧୋନୀ ଫିଲ୍ଡ ସଜାଇବା ସହ ଅନେକ ନିଷ୍ପତ୍ତି ନେବା ପାଇଁ ଜାଡେଜାଙ୍କ ସହ ଆଲୋଚନା କରୁଛନ୍ତି । ଅର୍ଥାତ ଜାଡେଜା ଧୋନୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଥିବା ଅନୁମାନ କରାଯାଉଛି । କିନ୍ତୁ ଏହାକୁ ରୋକିବାକୁ ଅପିଲ କରିଛନ୍ତି ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ । ଜାଡେଜା ନିଜେ ନିଷ୍ପତ୍ତି ନେବା ଉଚିତ ବୋଲି ସେ ମତ ଦେଇଛନ୍ତି । ଫଳରେ ତାଙ୍କ ଦ୍ୱାରା ହେଉଥିବା ଭୁଲରୁ ସେ କିଛି ଶିକ୍ଷା ମଧ୍ୟ ପାଇବେ । ଯାହା ଆଗକୁ ତାଙ୍କ କ୍ୟାରିୟରରେ ଖୁବ ସହଯୋଗ ହେବ । ତେଣୁ ଜାଡେଜାଙ୍କୁ ନିଷ୍ପତ୍ତି ନେବାର ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ଦଳର ପୂର୍ବତନ ଅଧିନାୟକ ଧୋନୀଙ୍କୁ ଅପିଲ କରିଛନ୍ତି ପାର୍ଥିବ ପଟେଲ ।

Get real time updates directly on you device, subscribe now.