fbpx

ବର୍ସୋବା ସିଟ୍ରୁ ନିର୍ବାଚନ ଲଢ଼ିବେ ମହାରାଷ୍ଟ୍ରର ପୂର୍ବତନ ମହାନିର୍ଦ୍ଦେଶକ ସଞ୍ଜୟ ପାଣ୍ଡେ: ଏହି ଦଳରୁ ଲଢ଼ିବାକୁ ନିଷ୍ପତ୍ତି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ 2024: ମହାରାଷ୍ଟ୍ରର ପୂର୍ବତନ ମହାନିର୍ଦ୍ଦେଶକ ସଞ୍ଜୟ ପାଣ୍ଡେ ଶୁକ୍ରବାର ଦିନ ମୁମ୍ବାଇର ବର୍ସୋବା ନିର୍ବାଚନମଣ୍ଡଳୀରୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ଏନେଇ ସେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥର ବିଧାନସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ ମୁମ୍ବାଇର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୟ ପାଣ୍ଡେ। ମୁମ୍ବାଇର ବର୍ସୋବା ବିଧାନସଭା ସିଟ୍ରୁ ସେ ନିର୍ବାଚନ ଲଢ଼ିବେ।ତେବେ କେଉଁ ପାର୍ଟିରେ ଯୋଗ ଦେବେ, କେଉଁ ଦଳ ଟିକେଟରେ ସେ ମଇଦାନକୁ ଯିବେ ତା’ ଉପରୁ ପରଦା ହଟାଇଛନ୍ତି ଖୋଦ ସଞ୍ଜୟ ପାଣ୍ଡେ ।

ସେ କୌଣସି ପାର୍ଟିରୁ ନୁହେଁ ବରଂ ନିର୍ଦ୍ଦଳୀୟ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ଗରମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ସକ୍ରିୟ ରାଜନୀତିକୁ ଓହ୍ଲାଇବାକୁ ଦୀର୍ଘ ସମୟ ହେଲା ଚିନ୍ତା କରୁଥିଲି। ତେଣୁ ଏଥର ବିଧାନସଭା ନିର୍ବାଚନ ଲଢ଼ିବି ବୋଲି ନିଷ୍ପତ୍ତି ନେଇଛି। ଏହି ଅଞ୍ଚଳରେ ମୁଁ ବହୁ ବର୍ଷ ହେଲା ରହି ଆସୁଥିବାରୁ ଏଠାକାର ସବୁ ବର୍ଗ ମୋତେ ସମର୍ଥନ ଜଣାଇବେ ବୋଲି ଆଶା ରଖିଛି। ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.