fbpx

BIG BREAKING…ବିଜେପି ଛାଡ଼ି ବିଜେଡିକୁ ଫେରିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପି ଛାଡ଼ିବାର ଘଣ୍ଟାଏ ଭିତରେରେ ବିଜେଡିରେ ସାମିଲ୍ ହେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଆଜି ସନ୍ଧ୍ୟା ସମୟରେ ବିଜେପିରୁ ଇସ୍ତଫା ଦେଇଥିଲେ ରାଜୁ ଦାସ । ଦଳ ଛାଡ଼ିବାର ଘଣ୍ଟାଏ ମଧ୍ୟରେ ବିଜେଡିରେ ଯାଇ ପୁଣିଥରେ ସାମିଲ୍ ହୋଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।

ଆଜି ସନ୍ଧ୍ୟା ସମୟରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରାଜୁ ଦାସ । ପରେ ସେ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା । ବିଜେପି ଛାଡିବା ପରେ ଶଙ୍ଖ ଭବନରେ ପହଞ୍ଚିଲେ ରାଜୁ ଦାସ । ବର୍ତ୍ତମାନ ସେ ପୁଣି ନିଜ ଦଳକୁ ଫେରିଥିବା ସୂଚନା ରହିଛି । ଧାମନଗରର ପୂର୍ବତନ ବିଧାୟକ ହେଉଛନ୍ତି ରାଜେନ୍ଦ୍ର ଦାସ । ୨୦୦୯-୨୦୧୪ ଧାମନଗରରେ ବିଜେଡିରୁ ବିଧାୟକ ଥିଲେ ରାଜେନ୍ଦ୍ର ଦାସ ଓରଫ ରାଜୁ ଦାସ୍ ।

Get real time updates directly on you device, subscribe now.