fbpx

ଇଂଲଣ୍ଡ ଫୁଟ୍ ବଲ୍ ଦଳର ପୂର୍ବତନ ମ୍ୟାନେଜର ସ୍ଭେନ୍-ଗୋରାନ୍ ଏରିକ୍ସନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଇଂଲଣ୍ଡ ଫୁଟବଲ ଦଳର ପୂର୍ବତନ ମ୍ୟାନେଜର ସ୍ୱେନ-ଗୋରାନ ଏରିକ୍ସନଙ୍କର ୭୬ ବର୍ଷ ବୟସରେ ପରଲୋକ ହୋଇଛି । ଏରିକ୍ସେନଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସ୍ଭେନ୍-ଗୋରାନ୍ ଏରିକ୍ସେନଙ୍କର ଦେହାନ୍ତ ହୋଇଛି । ଇଂଲଣ୍ଡ ଫୁଟବଲ ଦଳର ପ୍ରଥମ ଅଣବ୍ରିଟିଶ ମ୍ୟାନେଜର ଥିଲେ ସ୍ଭେନ-ଗୋରାନ୍ ଏରିକ୍ସନ୍ ।

ଜାନୁଆରୀରେ କର୍କଟ ରୋଗରେ ପୀଡ଼ିତ ହେବା ପରେ ଏରିକ୍ସନ କହିଥିଲେ ଯେ ବଞ୍ଚିବା ପାଇଁ ସବୁଠାରୁ ଭଲ ବର୍ଷ ହେଉଛି ତାଙ୍କ ପାଇଁ । ଚଳିତ ମାସ ପ୍ରାରମ୍ଭରେ ମୁକ୍ତିଲାଭ କରିଥିବା ତାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ସ୍ୱାଇଁ’ର ଶେଷରେ ସେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଛନ୍ତି । ସ୍ଭେନ୍-ଗୋରାନ୍ ଏରିକ୍ସନ୍ କହିଛନ୍ତି, “ମୁଁ ଆଶା କରୁଛି ଆପଣ ମୋତେ ଜଣେ ସକାରାତ୍ମକ ବ୍ୟକ୍ତି ଭାବରେ ମନେ ରଖିବେ ଯିଏ କି ଯଥାସମ୍ଭବ ସବୁ କିଛି କରିବାକୁ ଚେଷ୍ଟା କରୁଛନ୍ତି ।”

Get real time updates directly on you device, subscribe now.