fbpx

ପରଲୋକରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ

ନୂଆଦିଲ୍ଲୀ,୨୯ ।୧୦ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ କେଶୁଭାଇଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗୁରୁବାର ସକାଳେ ଶ୍ବାସକ୍ରିୟାରେ କଷ୍ଟ ଯୋଗୁଁ ଅହମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ୬ ଥରର ବିଧାୟକ କେଶୁଭାଇ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ୨ ଥର ଦାୟିତ୍ବ ତୁଲାଇଥିଲେ । କିନ୍ତୁ ୨୦୦୧ରେ ତାଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଗୁଜରାଟ ବିଧାନସଭାରେ ୬ଥର ସଦସ୍ୟ ହୋଇଥିବା ପଟେଲ ୨୦୧୨ରେ ବିଜେପି ଛାଡି ନିଜର ରାଜନୈତିକ ଦଳ ‘ଗୁଜରାଟ ପରିବର୍ତ୍ତନ ପାର୍ଟି’ ଗଠନ କରିଥିଲେ। ୨୦୧୪ରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ କେଶୁଭାଇ ।

Get real time updates directly on you device, subscribe now.