fbpx

ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ଗିରଫ, ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଆଜି ଭିଜିଲାନ୍ସ ତାଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ଶୁକ୍ରବାର ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସମେତ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ୱାଇଁଙ୍କୁ ଭିଜିଲାନ୍ସ ଧରିଛି । ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଥିଲା । କେନ୍ଦୁଝରରେ ଥିବା ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ବାସଭବନ, ଶ୍ୱଶୁର ଘର, ଖଣ୍ଡଗିରି ସିଦ୍ଧିବିହାର ବାସଭବନ, ଝାରପଡା ଜେଲ ପୁରୁଣା କ୍ୱାର୍ଟର୍ସ, ଭଦ୍ରକରେ ଥିବା ପୈତୃକ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ଚଢ଼ାଉରେ ୧୨ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ସମେତ ଅନ୍ୟାନ କର୍ମଚାରୀ ସାମିଲ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଚଢାଉ ବେଳେ ଭିଜିଲାନ୍ସ ଟିମ ସତ୍ୟପ୍ରକାଶଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ କିଛି ଘରୁ ଦାମୀ ମଦ ମଧ୍ୟ ଜବତ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ ଭୁବନେଶର ଝାରପଡ଼ାରେ ପ୍ରାୟ ୩୩୦୦ ବର୍ଗ ଫୁଟରରେ ନିର୍ମିତ ହୋଇଥିବା ୪ ମହଲା ବିଶିଷ୍ଟ କୋଠାର ଦାମ ପ୍ରାୟ ୧.୬୪ କୋଟି ଟଙ୍କା ବୋଲି ଜଣାପଡିଛି । ସେହିପରି ଭୁବନେଶର, ବଲାଙ୍ଗୀର, ଢେଙ୍କାନାଳରେ ମୂଲ୍ୟବାନ ଘର ଡିହ ପ୍ଲଟ, ଭୁବନେଶର ଧଉଳିରେ ପ୍ଲଟ, ବଲାଙ୍ଗୀରରେ ୨ଟି ପ୍ଲଟ, ଢେଙ୍କାନାଳ ମହିଷାପାଟରେ ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ । ଏହାସହ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର,ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟରେ ଥିବା ୬.୨୪ ଲକ୍ଷ, ଗୋଟିଏ ଲେଖାଏଁ କାର ଓ ବାଇକ ,୧୪.୪୬ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ କରିଛି । ତେବେ ତଦନ୍ତ ଚାଲିଥିବାରୁ ସମ୍ପତ୍ତି ପରିମାଣ ବଢିବାର ସମ୍ଭାବନ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛୁ ୨୦୦୧ ରେ କୁଚିଣ୍ଡା ସବ ଜେଲର ଆସିଷ୍ଟାଣ୍ଟ ଭାବେ ସତ୍ୟପ୍ରକାଶ ସ୍ୱାଇଁ ଚାକିରି ଆରମ୍ଭ କରିଥିଲେ । ଗତ ଜୁନରେ ଝାରପଡାରୁ ବଦଳି ହୋଇ କେନ୍ଦୁଝର ଜିଲା କାରାଗାରର ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଥିଲେ ।

Get real time updates directly on you device, subscribe now.