Breaking: ପରଲୋକରେ ପୂର୍ବତନ ବିଧାୟକ ଅନନ୍ତ ଦାସ

ଭୋର ସାଢେ ୩ଟାରେ ଭୁବନେଶ୍ବର ସ୍ଥିତ ବାସଭବନରେ ଅନନ୍ତ ଦାସଙ୍କ ଦେହାନ୍ତ ।

ଭୁବନେଶ୍ବର:  ସକାଳୁ ସକାଳୁ ଦୁଃଖଦ ଖବର । ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ ।

ଭୋର ସାଢେ ୩ଟାରେ ଭୁବନେଶ୍ବର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ସେ ଲଗାତାର ୪ଥର ବିଧାୟକ ଥିଲେ ।

୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ବିଜେଡିରୁ ବିଧାୟକ ଥିଲେ ଅନନ୍ତ । ଏଥିରୁ ତାଙ୍କର ଲୋକପ୍ରିୟତା ସ୍ପଷ୍ଟ ବାରି ହୋଇ ପଡୁଛି ।

ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିଥିଲେ । ଗତବର୍ଷ ସେ ଅଗଷ୍ଟ 28 ତାରିଖରେ ସେ 85ତମ ଜନ୍ମଦିନ ମଧ୍ୟ ପାଳନ କରିଥିଲେ।

ତେବେ ସେ ଦୀର୍ଘଦିନ ଧରିି ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବେଳେ ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ପରିବାର ଲୋକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ତାଙ୍କର ଶେଷକୃତ କେଉଁଠାରେ କରାଯିବ ସେନେଇ କୌଣସି ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଛି ।

ତାଙ୍କର 3 ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ରହିଛନ୍ତି । ତେବେ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ସେ ଲଗାତାର ୪ଥର ବିଧାୟକ ରହିଥିବା ବେଳେ ଆଜି ଭୋଗରାଇବାସୀ ତାଙ୍କୁ ଝୁରୁଛନ୍ତି । ଗ୍ରାମରେ ମଧ୍ୟ ଶୋକାକୂଳ ପରିସ୍ଥିତି ଦେଖାଯାଇଛି ।