ବିଧାୟକ ଭୁଲିଗଲେ ହିତାହିତ ଜ୍ଞାନ: ରାସ୍ତା ମଝିରେ ପୂର୍ବତନ ବିଧାୟକଙ୍କ ଗାଳି ଗୁଲଜର ଭିଡିଓ ଭାଇରାଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋରର ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟକଙ୍କ ମଧ୍ୟରେ ହୋଇଥିବା ତୁମୁଳକାଣ୍ଡର ଭିଡିଓ ମୋବାଇଲରୁ ମୋବାଇଲ ଘୁରିବୁଲୁଛି । ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଦବଙ୍ଗଗିରିକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ। ବିଧାୟକ ଶ୍ରୀ ଧଡା ପ୍ରଚାରରେ ଯାଉଥିବା ବେଳେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ସରକାରୀ ଯୋଜନା କାର୍ୟ୍ୟକାରିତା ଉପରେ ପ୍ରଶ୍ନ କରିବା ପରେ ବିଧାୟକ ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ କର୍ମୀମାନେ ତାଙ୍କୁ ଠେଲାପେଲା କରିଥିବା ଏକ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ବାଲେଶ୍ଵର ଜିଲ୍ଲା କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ଜଣେ ବରିଷ୍ଠ ନାଗରିକଙ୍କ ପ୍ରତି ବିଧାୟକଙ୍କ ଏତାଦୃଶ ବ୍ୟବହାରକୁ ନିନ୍ଦା କରାଯିବା ସହ ବିଧାୟକ ୪୮ ଘଣ୍ଟା ଭିତରେ କ୍ଷମା ପ୍ରାର୍ଥନା ନ କଲେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Get real time updates directly on you device, subscribe now.