fbpx
BSKY
BJD MS SKY
BJD YOUTH SKY

ବହୁ ଚର୍ଚ୍ଚିତ ଜର୍ଜ ହତ୍ୟାକାଣ୍ଡରେ ପୋଲିସ ଅଧିକାରୀଙ୍କୁ ସାଢ଼େ ୨୨ ବର୍ଷ ଜେଲଦଣ୍ଡ

ମିନିଆପଲିସ୍‌: ଆମେରିକାର ବହୁ ଚର୍ଚ୍ଚିତ ଜର୍ଜ ଫ୍ଲଏଡଙ୍କ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ସାଢ଼େ ୨୨ ଜେଲଦଣ୍ଡାଦେଶ ହୋଇଛି । ବେକରେ ଆଣ୍ଠୁମାଡ଼ି ବସିବାରୁ ଜର୍ଜଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ମାମଲାର ଶୁଣାଣି କରି ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଧିକାରୀ ଡେରେକ ଚୌଭିନଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

ତେବେ ଜର୍ଜଙ୍କ ମୃତ୍ୟୁ ପରେ ପୁରା ଆମେରିକାରେ ତୀବ୍ର ପ୍ରତିବାଦ ଜୋର ଧରିଥିଲା । ହଜାର ହଜାର ଲୋକେ ଏକାଠି ହୋଇ ପ୍ରତିବାଦ କରିବା ସହ BLACK LIVES MATTER ଅଭିଯାନ ଆରମ୍ଭ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସକୁ ଅନେକ ସ୍ଥାନରେ ଗୁଳିଚାଳଣ କରିବାକୁ ପଡ଼ିଥିଲା ।

ସୂଚନା ମୁତାବକ, ୨୦ ଡଲାର ନକଲି ନୋଟ୍ ଚାଲାଣ ଅଭିଯୋଗରେ ଗତବର୍ଷ ମେ’ ମାସରେ ୪୬ ବର୍ଷୀୟ ଜର୍ଜଙ୍କୁ ଗିରଫ କରିଥିଲେ ପୋଲିସ ଅଧିକାରୀ ଡେରେକ ଚୌଭିନ । ଜର୍ଜଙ୍କୁ ଜେଲ ନେବା ବେଳେ ପୋଲିସ ଅଧିକାରୀ ଜଣକ ତାଙ୍କ ବେକରେ ୧୦ ମିନିଟ୍ ଧରି ଆଣ୍ଠୁମାଡ଼ି ବସିଥିଲେ । ଏହି ସମୟରେ ଜର୍ଜ ନିଶ୍ୱାସ ନେଇପାରୁନଥିବା କହିଥିଲେ । ନିକଟରେ ଯାଉଥିବା ଜଣେ ମହିଳା ଏହି ଘଟଣାର ଭିଡ଼ିଓ ରେକର୍ଡିଂ କରିଥିଲେ, ଯାହାକି ଖୁବ କମ୍ ସମୟ ମଧ୍ୟରେ ଭାଇରାଲ ହୋଇଥିଲା । ତେବେ ଫ୍ଲଏଡ଼ ପରିବାରଙ୍କ ଓକିଲ କୋର୍ଟଙ୍କ ନିଷ୍ପତ୍ତିକୁ ‘ଐତିହାସିକ’ ବୋଲି କହିଛନ୍ତି ।

Get real time updates directly on you device, subscribe now.