ଇତିହାସରେ ପ୍ରଥମ, ପୂର୍ବତନ ରାଷ୍ଟ୍ରପତିଙ୍କୁ ଦଣ୍ଡ, ୨୭ ବର୍ଷ ଜେଲରେ କାଟିବେ ସଜ୍ଜା, କ୍ଷମତା ପାଇବାକୁ କରିଥିଲେ ଏମିତି…

ଦଣ୍ଡ ଦେବା ସମୟରେ କୋର୍ଟ କ'ଣ କହିଥିଲେ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି କାଟିବେ ସଜ୍ଜା। ୨୭ ବର୍ଷ କଟିବ ଜେଲରେ । ଏବେ ଜେଲ ହେଲା ତାଙ୍କ ଠିକଣା। ଦେଶର ପ୍ରଥମ ନାଗରିକ ଯିଏ ଶାସନ ଗାଦିରେ ବସି ଦେଶ କଥା ବୁଝିଥିଲେ। ଅପରାଧ କେସରେ ଜେଲରେ ୨୭ ବର୍ଷ କାଟିବେ ସଜ୍ଜା।

ଗୁରୁବାର ଦିନ ବ୍ରାଜିଲର ସୁପ୍ରିମକୋର୍ଟ ପୂର୍ବତନ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଏହି ଦଣ୍ଡ ଶୁଣାଇଛି। ୨୦୨୨ ନିର୍ବାଚନରେ ଶାସନ କ୍ଷମତା ହାତରୁ ଯିବା ପରେ ପୁଣି ଶାସନକୁ ଫେରିବାକୁ ଯେଉଁ ପନ୍ଥା ଆପଣେଇଥିଲେ ସେଥିପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ହାରିବା ପରେ କ୍ଷମତାରେ ରହିବା ପାଇଁ ଏକ ବିଦ୍ରୋହ କରିବାକୁ ଚେଷ୍ଟା କରିଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।କୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ଚାରି ଜଣ ତାଙ୍କୁ ପାଞ୍ଚଟି ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ୨୭ ବର୍ଷ ୩ ମାସ ଜେଲଦଣ୍ଡ ଦେଇଛନ୍ତି। ବ୍ରାଜିଲର ଇତିହାସରେ ଏହା ପ୍ରଥମ ଥର ଯେ ଜଣେ ପୂର୍ବତନ ରାଷ୍ଟ୍ରପତି ବିଦ୍ରୋହ, ହିଂସାତ୍ମକ ପରିସ୍ଥିତି ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ବର୍ତ୍ତମାନ ବ୍ରାସିଲିଆରେ ଗୃହବନ୍ଦୀ ଥିବା ବୋଲସୋନାରୋ ସର୍ବଦା ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛନ୍ତି। ତାଙ୍କର ନିଷ୍ପତ୍ତି ବିରୁଦ୍ଧରେ ଆବେଦନ କରିବାର ଅଧିକାର ଅଛି।

କୋର୍ଟଙ୍କ ପାଖରେ ରାୟ ପ୍ରକାଶ କରିବା ପାଇଁ ୬୦ ଦିନ ସମୟ ଅଛି, ଯାହା ପରେ ବୋଲସୋନାରୋଙ୍କ ଓକିଲମାନେ ୫ ଦିନ ମଧ୍ୟରେ ସ୍ପଷ୍ଟୀକରଣ ପାଇଁ ଆବେଦନ କରିପାରିବେ।

ବୋଲସୋନାରୋଙ୍କୁ ଦଣ୍ଡ ଦେବା ସମୟରେ କୋର୍ଟ କ’ଣ କହିଥିଲେ?

ବୋଲସୋନାରୋଙ୍କୁ ଦଣ୍ଡ ଦେବା ସମୟରେ ବିଚାରପତି କାର୍ମେନ ଲୁସିଆ କହିଛନ୍ତି, ପ୍ରମାଣ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ବୋଲସୋନାରୋ କ୍ଷମତା ଦଖଲ କିମ୍ବା ବଜାୟ ରଖିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ।

ସେ ଏକ ସଂଗଠିତ ଗ୍ୟାଙ୍ଗର ନେତା ଥିଲେ। ମାମଲାର ତଦାରଖ କରୁଥିବା ଜଷ୍ଟିସ୍ ଆଲେକଜାଣ୍ଡ୍ରେ ଡି ମୋରେସ୍ ମଧ୍ୟ କହିଛନ୍ତି ଯେ ବୋଲସୋନାରୋ ଏକ ବିପ୍ଳବ ଷଡ଼ଯନ୍ତ୍ର ଏବଂ ଏକ ଅପରାଧିକ ସଂଗଠନର ନେତା ଥିଲେ।

ଶୁଣାଣି ସମୟରେ, ମୋରେସ୍ ୨୦୨୧ ରୁ ୨୦୨୩ ପର୍ଯ୍ୟନ୍ତ ଅନେକ ଭିଡିଓ ଦେଖାଇଥିଲେ, ଯେଉଁଥିରେ ବୋଲସୋନାରୋ ତାଙ୍କର ହଜାର ହଜାର ସମର୍ଥକଙ୍କ ସମ୍ମୁଖରେ ସୁପ୍ରିମକୋର୍ଟ ଛାଡିବା ବିଷୟରେ କହୁଥିଲେ।

ଏହା ବ୍ୟତୀତ ୮ ଜାନୁଆରୀ ୨୦୨୩ ରେ ସୁପ୍ରିମକୋର୍ଟ ମୁଖ୍ୟାଳୟରେ ହୋଇଥିବା ଭଙ୍ଗାରୁଜାର ଫୁଟେଜ୍ ମଧ୍ୟ ଦେଖାଯାଇଥିଲା।