fbpx

ନିର୍ବାଚନ ଫଳାଫଳକୁ ବଦଳାଇବା ମାମଲା: କୋର୍ଟରେ ହାଜର ହେଲେ ଟ୍ରମ୍ପ, କହିଲେ ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାଶିଂଟନର ଏକ ଫେଡେରାଲ କୋର୍ଟ ପଚରାଉଚରା କରିଥିଲେ। ଏହି ମାମଲାର ଶୁଣାଣି ଅଗଷ୍ଟ ୨୮ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପଚରାଉଚରା ବେଳେ ଡୋନାଲ୍ଡ ଟ୍ରମ୍ପ ନିଜକୁ କୋର୍ଟରେ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ୨୦୨୦ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବଦଳ କରି ତାଙ୍କ ପରାଜୟକୁ ବିଜୟରେ ପରିଣତ କରିବାକୁ ଟ୍ରମ୍ପ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଅଗଷ୍ଟ ୨୮ ରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସ୍ଥିର କରିଛନ୍ତି। ମାଜିଷ୍ଟ୍ରେଟ୍ ଜଜ୍ ମୋକ୍ସିଲା ଉପାଧ୍ୟାୟ ଅଗଷ୍ଟ ୨୮ ତାରିଖ ଦିନ ୧୦ ଟା ସମୟରେ ନିର୍ବାଚନ ସାବ୍ୟସ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ସ୍ଥିର କରିଛନ୍ତି। ଅଗଷ୍ଟ ୨୮ ରେ ଆମେରିକାର ଜିଲ୍ଲା ଜଜ୍ ତାନିଆ ଚଟକାନଙ୍କ ନିକଟରେ ଏହି ଶୁଣାଣି ହେବ। ମାଜିଷ୍ଟ୍ରେଟ୍ ଜଜ୍ ଉପାଧ୍ୟାୟ କହିଛନ୍ତି ଯେ, ଟ୍ରମ୍ପ ଆପଣଙ୍କ କାର୍ଯ୍ୟକ୍ରମ ହେତୁ ଆପଣ କୋର୍ଟରେ ହାଜର ହୋଇପାରୁ ନାହାନ୍ତି ତେଣୁ ମୁଁ ଏନେଇ ଜଜ୍ ଚଟକାନଙ୍କ ସହ ପରାମର୍ଶ କରିଛି। ସେ ଆପଣଙ୍କ ଉପସ୍ଥିତିକୁ କ୍ଷମା କରି ଦେଇଛନ୍ତି।

ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ୨୦୨୩ ବର୍ଷ ହେଉଛି ଟ୍ରମ୍ପଙ୍କ ବିରୋଧରେ ଦାଖଲ ହୋଇଥିବା ତୃତୀୟ ଅପରାଧିକ ମାମଲା। ଏନେଇ ଟ୍ରମ୍ପ କହିଛନ୍ତି ଯେ, ସେ କିଛି ଭୁଲ କରିନାହାଁନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସ୍ୱତନ୍ତ୍ର ପରାମର୍ଶଦାତା ଜ୍ୟାକ୍ ସ୍ମିଥ୍ ୨୦୨୪ ମସିହାରେ ହ୍ୱାଇଟ ହାଉସକୁ ଫେରିବା ପାଇଁ ତାଙ୍କ ଉଦ୍ୟମକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ। ତେବେ ଆଶା କରାଯାଉଛି ଯେ କିଛି ସମୟ ପରେ କୋର୍ଟ ତାଙ୍କୁ ଅଶ୍ଵସ୍ତି ପ୍ରଦାନ କରିପାରନ୍ତି, ଯାହାଫଳରେ ସେ ନିର୍ବାଚନ ପ୍ରଚାରରେ ଜଡିତ ହୋଇପାରିବେ।

Get real time updates directly on you device, subscribe now.