fbpx

ନକ୍ସଲଙ୍କ ଗୁଳିରେ ପୂର୍ବତନ ସରପଞ୍ଚ ମୃତ

ଫୁଲବାଣୀ: ନକ୍ସଲଙ୍କ ଗୁଳିରେ ଟଳିପଡିଛନ୍ତି ପୂର୍ବତନ ସରପଞ୍ଚ । ୫ ରାଉଣ୍ଡ ଗୁଳି କରି ସୁବଳ କହଁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଫୁଲବାଣୀ ଫିରିଙ୍ଗିଆ ସାଉଲ୍ ପଡ଼lରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତିରେ ଘରୁ ଡାକିନେଇ ହତ୍ୟା କରାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ତେବେ କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ ମାଓବାଦୀ ସକ୍ରିୟ ହେବା ସହ ହିଂସା ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ଘରୁ ଡାକି ନେଇ ବାରି ପଟେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ମାରି ଦେଇଛନ୍ତି । ପୂର୍ବତନ ସରପଞ୍ଚ ସୁବଳ କହଁର ଶୋଇଥିବା ବେଳେ ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ଆସି ଡାକି ନେଇଥିଲେ । ଘର ଠାରୁ ୨୦୦ ମିଟର ଦୂର ଡାକି ନେବା ପରେ ସେଠାରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ତେବେ ମାଓବାଦୀ ସୁବଳଙ୍କୁ କାହିଁକି ଗୁଳି କଲେ ତାହା ଜଣାପଡି଼ନି । ସୁବଳଙ୍କୁ ମାଓବାଦୀ ହତ୍ୟା କରିବା ପରେ ଗାଁ ଜନଶୂନ୍ୟ ହୋଇ ଯାଇଛି । ମାଓବାଦୀଙ୍କ ଭୟରେ ସୁବଳ ବାଲିଗୁଡ଼ାରେ ରହୁଥିଲେ । ନିକଟରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା ପରେ ଘରକୁ ଫେରିଥିଲେ ସୁବଳ । କିନ୍ତୁ ୫ ରାଉଣ୍ଡ ଗୁଳି କରି ସୁବଳ କହଁରଙ୍କୁ ହତ୍ୟା କରାଯାଇଛି ।

Get real time updates directly on you device, subscribe now.