fbpx

କ୍ରୀଡ଼ା ଜଗତର ବଡ଼ ଖବର: ୩୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ପୂର୍ବତନ କ୍ରିକେଟରଙ୍କୁ ୬ ବର୍ଷ ପାଇଁ ବ୍ୟାନ୍ କଲା ICC

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଏବେ ବି କୋଟି କୋଟି ପ୍ରଶଂସକ ନିରାଶା ମଧ୍ୟରେ ରହିଥିବା ବେଳେ ଏହା ମଧ୍ୟରେ କ୍ରୀଡ଼ା ଜଗତରୁ ଆସିଛି ପୁଣି ଏକ ବଡ଼ ଖବର । ୩୦୦ରୁ ଅଧିକ ଦିନିକିଆ ମ୍ୟାଚ ଖେଳିଥିବା ଜଣେ ପୂର୍ବତନ ଖେଳାଳିଙ୍କ ଉପରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏକାଧିକ ଅଭିଯୋଗରେ ଏହି ଖେଳାଳିଙ୍କୁ ୬ ବର୍ଷ ପାଇଁ ବ୍ୟାନ୍ କରାଯାଇଛି ।

ସୂଚନା ମୁତାବକ, ୱେଷ୍ଟ ଇଣ୍ଡିଜର ଜଣେ ପୂର୍ବତନ ବଡ଼ ଖେଳାଳିଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏକାଧିକ ଅଭିଯୋଗ କାରଣରୁ ପୂର୍ବତନ କ୍ରିକେଟର ମାର୍ଲୋନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ ବ୍ୟାନ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଏନେଇ ଆଇସିସି ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରାଯାଇଛି । ଏହି ପୋଷ୍ଟକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସିଛି ।

ସାମୁଏଲ୍ସଙ୍କୁ ଆଇସିସି ପକ୍ଷରୁ ୬ ବର୍ଷ ପାଇଁ ବ୍ୟାନ କରାଯାଇଥିବା ବେଳେ ତାହା ଚଳିତ ନଭେମ୍ବର ମାସ ୧୧ ତାରିଖରୁ ଲାଗୁ ହୋଇଯାଇଛି । ଆଇସିସି ଦ୍ୱାରା ପରିଚାଳିତ ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି)ର ଭ୍ରଷ୍ଟାଚାର ନିରୋଧୀ କୋଡ ଅଧିନରେ ସାମୁଏଲ୍ସ ଉପରେ ୨୦୨୧ ମସିହା ସେପ୍ଟେମ୍ବର ମାସରେ ୪ଟି ମାମଲା ଲାଗିଥିଲା । ତେବେ ଚଳିତ ବର୍ଷ ଅଗଷ୍ଟ ମାସରେ ସେ ଅପରାଧୀ ଭାବେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସାମୁଏଲ୍ସଙ୍କ ବିରୋଧରେ ୨୦୧୯ରେ ଟି-୨୦ ଲିଗ ଅବସରରେ ଭ୍ରଷ୍ଟାଚାର ନିରୋଧୀ ସଂହିତାର ୪ଟି ନିୟମ ଉଲ୍ଲଂଘନ କରିଥିବାର ଅଭିଯୋଗ ଆସିଥିଲା । ୪୨ ବର୍ଷୀୟ ସାମୁଏଲ୍ସ ୩୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେଥିମଧ୍ୟରେ ୭୧ଟି ଟେଷ୍ଟ, ୨୦୭ଟି ଦିନିକିଆ, ୬୭ଟି ଟି-୨୦ ଓ ୧୫ଟି ଆଇପିଏଲ ମ୍ୟାଚ୍ ସାମିଲ ରହିଛି ।

Get real time updates directly on you device, subscribe now.