ନୂଆଦିଲ୍ଲୀ- ମଣିଷ ତାର ଅତିତକୁ ନେଇ ସବୁ ସମୟରେ ଅନୁସନ୍ଧାନୀ ହୋଇ ରହିଛି । ଅତିତର ବହୁ ରହସ୍ୟ ଉତ୍ମୋଚନରେ ଲାଗିଛି । ତେବେ ଏହି ଅନୁସନ୍ଧାନରୁ ବୈଜ୍ଞାନିକ ଡାଇନୋସର ଯୁଗର ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ଗବେଷଣାରୁ ଜଣାପଡିଛି ପୃଥିବୀ ପୃଷ୍ଠର ଏହି ଭୟଙ୍କର ଓ ବିରାଟକାୟ ଜୀବ ପ୍ରାୟ ୨୪୫ ମିଲିୟନ ବର୍ଷ ପୂର୍ବେ ୧୬୫ ମିଲିୟନ ବର୍ଷ ଧରି ରାଜୁତି କରୁଥିଲା । ଟ୍ରାଇସିକ କାଳରୁ କ୍ରିଟେସିୟସ କାଳ ଅନ୍ତ ଯାଏ ଡାଇନୋସର ବାସ କରୁଥିଲେ । ଏହି ସମୟକୁ ମେସୋଜୋଇକ ଯୁଗ ବା ଡାଇନୋସର ଯୁଗ କୁହାଯାଏ । ହେଲେ ଏହି ଜୀବ ୬୬ ମିଲିୟନ ବର୍ଷ ପୂର୍ବେ ସମ୍ପର୍ଣ୍ଣ ବିଲୁପ୍ତ ହୋଇଥିଲା । ତେବେ ଏମାନଙ୍କ ମଳ ଜୁରାସିକ ଯୁଗର ଅନେକ ନୂଆ ସାମ୍ନାକୁ ଆଣିଛି ।
ଜୁରାସିକ ଯୁଗକୁ ନେଇ ହୋଇଥିଲା ଗବେଷଣାର ତଥ୍ୟ ନେଚର ପତ୍ରିକାରେ ପ୍ରକାଶିତ ହୋଇଛି । ଡାଇନୋସରଙ୍କ ମଳ ବା ବାନ୍ତିର ଜୀବାସ୍ମ ବା ବ୍ରୋମାଲାଇଟ୍ସ । ରିସର୍ଚ୍ଚ ୩ଡି ଇମେଜିଂ ଜରିଆରେ ପ୍ରାଚୀନ, ପାଚନ ହୋଇଥିବା ଖାଦ୍ୟରେ କଣ କଣ ଥିଲା ସେହି ତଥ୍ୟ ଦେଇଛି । ଗବେଷଣାରୁ ଜଣାପଡିଲା କି, ପ୍ରାରମ୍ଭରେ ଡାଇନୋସର ଅନ୍ୟ ଜୀବଙ୍କୁ ମାତ ଦେବାର କ୍ଷମତା ରଖିଥିଲା । ଏହି ଜୀବ ପରବର୍ତ୍ତୀ ସମୟରେ ମାଂଶାହାରୀ ଓ ଶାକାହାରୀ ହୋଇଥିଲା । ପ୍ରାୟ ୨୪୦ ମିଲିୟନ ବର୍ଷ ଆଗେ ଡାଇନୋସରଙ୍କ ବିକାଶ ହୋଇଥିଲା ।
ଷ୍ଟଡିରେ ନିୟୋଜିତ ସଦସ୍ୟଙ୍କ ଆଲେଖ୍ୟରୁ ଜଣାପଡିଛି କି, ପରିବେଶଜନିତ ବ୍ୟାପକ ପରିବର୍ତ୍ତନ ପାଇଁ ଏହି ପ୍ରଜାତି ସମୂଳେ ଲୋପ ପାଇଥିଲା । ପ୍ରାରମ୍ଭରେ ଥିବା ସାକାହାରୀ ପରିବେଶ ପରିବର୍ତ୍ତନ ପାଇଁ ବନସ୍ପତି ଅଭାବରୀ ଧୀରେ ଧୀରେ ମାଂଶାହାରୀ ହେବା ସହ ବିରଟ ଜୀବରେ ପରିଣତ ହୋଇଥାଇପାରେ ବୋଲି ଆଲେଖ୍ୟରେ କୁହାଯାଇଛି । ।