fbpx

୪ଟି ବ୍ୟାଙ୍କର ବଡ଼ ନିଷ୍ପତ୍ତି: କ୍ରେଡିଟ କାର୍ଡ ନିୟମ ବଦଳିଲା, ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ

ନୂଆଦିଲ୍ଲୀ: କ୍ରେଡିଟ କାର୍ଡ ବ୍ୟବହା କରୁଥିବା ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଦେଶର ୪ଟି ବଡ଼ ବ୍ୟାଙ୍କ ପକ୍ଷରୁ କ୍ରେଡିଟ କାର୍ଡକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏସବିଆଇ, ଆଇସିଆଇସିଆଇ, ଆକ୍ସିସ ଓ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ କ୍ରେଡିଟ କାର୍ଡ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଫଳରେ ଦେଶର ଲକ୍ଷ ଲକ୍ଷ ଗ୍ରାହକ ନିଶ୍ଚିତ ଭାବେ ପ୍ରଭାବିତ ହେବେ । ତେଣୁ ସେମାନେ ଏନେଇ ଅପଡେଟ୍ ହେବାର ଆବଶ୍ୟକତା ରହିଛି ।

(୧) ଏସବିଆଇ: ଏସବିଆଇ କାର୍ଡ ପକ୍ଷରୁ ପେଟିଏମ ଏସବିଆଇ କ୍ରେଡିଟ କାର୍ଡର ନିୟମରେ ପରିବର୍ତ୍ତନ କରାଯାଇଛି । ୧ ଜାନୁଆରୀ ଠାରୁ କ୍ରେଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ କଲେ କ୍ୟାଶବ୍ୟାକ ମିଳିବ ନାହିଁ । ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ଏସବିଆଇ କାର୍ଡ ପକ୍ଷରୁ ଏଜିଡିନରରେ ଅନଲାଇନ୍ ଶପିଂ ଉପରେ ରିୱାର୍ଡ ପଏଣ୍ଟସକୁ ୧୦ଏକ୍ସରୁ ୫ଏକ୍ସକୁ ହ୍ରାସ କରାଯାଇଥିଲା ।

(୨) ଆଇସିଆଇସିଆଇ: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନିଜର ୨୧ ପ୍ରମୁଖ କ୍ରେଡିଟ କାର୍ଡ ଉପରେ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ଓ ରିୱାର୍ଡ ପଏଣ୍ଟସ୍ ନିୟମରେ ପରିବର୍ତ୍ତନ କରାଯାଇଥିଲା । ୨୦୨୪ ମସିହା ଏପ୍ରିଲ ମାସଠାରୁ ଏକ କ୍ୟାଲେଣ୍ଡର ବର୍ଷର ତ୍ରୈୟମାସରେ ୩୫ ହଜାର ଟଙ୍କା ଖର୍ଚ୍ଚ କଲେ ଲାଉଞ୍ଜ ଆକ୍ସେସ ସୁବିଧା ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

(୩) ଆକ୍ସିସ ବ୍ୟାଙ୍କ: ଆକ୍ସିସ ବ୍ୟାଙ୍କର ନିଜର କାର୍ଡଧାରୀଙ୍କ ପାଇଁ କିଛି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ବ୍ୟାଙ୍କ ମ୍ୟାଗନସ କ୍ରେଡିଟ କାର୍ଡର ଲାଭ, ବାର୍ଷିକ ଶୁଳ୍କ ଓ ଜଏନିଂ ଫିସରେ ପରିବର୍ତ୍ତନ କରିଛି । ଆକ୍ସିସ ବ୍ୟାଙ୍କ ରିଜର୍ଭ କ୍ରେଡିଟ କାର୍ଡର ନିୟମ ଓ ସର୍ତ୍ତରେ ମଧ୍ୟ ସଂଶୋଧନ କରାଯାଇଛି ।

(୪) ଏଚଡିଏଫସି ବ୍ୟାଙ୍କ: ବ୍ୟାଙ୍କ ପକ୍ଷରୁ ରେଗଲିୟା ଓ ମିଲେନିୟା କ୍ରେଡିଟ କାର୍ଡର ନିୟମରେ ପରିବର୍ତ୍ତନ କରାଯାଇଛି । ଏଚଡିଏଫସି ବ୍ୟାଙ୍କ ରେଗଲିୟା କ୍ରେଡିଟ କାର୍ଡ ଉପରେ ଏବେ ଅତିକମରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଲାଉଞ୍ଜ ଆକ୍ସେସ ସୁବିଧା ମିଳିବ । ଏକ ତ୍ରୈୟମାସରେ ଆପଣଙ୍କୁ ୨ଟି ଲାଉଞ୍ଜ ଆକ୍ସେସ ମିଳିବ । ସେହିପରି ଏଚଡିଏଫସି ବ୍ୟାଙ୍କ ମିଲେନିୟା କ୍ରେଡିଟ କାର୍ଡ ପକ୍ଷରୁ ଏକ ଲକ୍ଷ ଟଙ୍କା ତ୍ରୈୟମାସରେ ଖର୍ଚ୍ଚ କଲେ କ୍ରେଡିଟ କାର୍ଡର ସୁବିଧା ମିଳିବ । ଆପଣମାନେ ଏହି କାର୍ଡ ମାଧ୍ୟମରେ ତିନିମାସରେ ସର୍ବାଧିକ ଥରୁଟିଏ ଲାଉଞ୍ଜର ଫାଇଦା ଉଠାଇ ପାରିବେ ।

Get real time updates directly on you device, subscribe now.