fbpx
BSKY
BJD SHG SKY
BJD MC SKY

ବଡ଼ ଘୋଷଣା: ଦେଶର ୪ଟି ବ୍ୟାଙ୍କ FD ଦର ସଂଶୋଧନ କଲେ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ଫାଇଦା ଆଶାରେ ରହିଥାନ୍ତି । ସେଥିପାଇଁ କେଉଁ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଉପରେ ଅଧିକ ସୁଧ ପ୍ରଦାନ କରୁଛି, ସେନେଇ ଜନସାଧାରଣ ସନ୍ଧାନ କରିଥାନ୍ତି । ତେବେ ଏହା ମଧ୍ୟରେ ଦେଶର ୪ଟି ବ୍ୟାଙ୍କ ପକ୍ଷରୁ ଏଫଡି ଦରରେ ପରିବର୍ତ୍ତନ କରାଯାଇଛି । ତେଣୁ ଆପଣଙ୍କୁ କିଏ ଅଧିକ ଫାଇଦା ଦେବ ତାହା ଜାଣିବା ନିହାତି ଜରୁରୀ ।

ଆଇଡିବିଆଇ ବ୍ୟାଙ୍କ ନିକଟରେ ଏଫଡି ଦରରେ ସଂଶୋଧନ କରିଥିବା ବେଳେ ତାହା ସେପ୍ଟେମ୍ବର ୧୫ ତାରିଖ ଠାରୁ ଲାଗୁ ହୋଇଛି । ସାଧାରଣ ନାଗରିକଙ୍କୁ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୩ରୁ ୬.୮୦ ପ୍ରତିଶତ, ବରିଷ୍ଠ ନାଗରିକଙ୍କୁ ୩.୫୦ରୁ ୭.୩୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି ।

ଆକ୍ସିସ ବ୍ୟାଙ୍କ ତା’ର ଏଫଡି ଦରରେ ୫୦ ବେସିସ ପଏଣ୍ଟ ହ୍ରାସ କରିଛି, ଯାହାକି ସେପ୍ଟେମ୍ବର ୧୫ ତାରିଖରୁ ଲାଗୁ ହୋଇଛି । ସଂଶୋଧନ ପରେ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଧିର ଏଫଡି ଉପରେ ୩ରୁ ୭.୧୦ ପ୍ରତିଶତ ସୁଧ ପ୍ରଦାନ କରୁଛି ।

କୋଟାକ ମହିନ୍ଦ୍ରା ବ୍ୟାଙ୍କ ୨ କୋଟିରୁ କମ୍ ବିଶିଷ୍ଟ ଏଫଡିର ସୁଧରେ ପରିବର୍ତ୍ତନ କରିଛି । ସେପ୍ଟେମ୍ବର ୧୩ରୁ ତାହା ଲାଗୁ ହୋଇଯାଇଛି । ସାଧାରଣ ନାଗରିକଙ୍କୁ ୨.୭୫ରୁ ୭.୨୫ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୩.୨୫ରୁ ୭.୭୫ ଦରରେ ସୁଧ ମିଳୁଛି ।

ୟେସ ବ୍ୟାଙ୍କ କିଛି ନିଶ୍ଚିତ ଅବଧି ପାଇଁ ୨ କୋଟିରୁ କମ୍ ଟଙ୍କାର ଏଫଡି ପାଇଁ ଦର ସଂଶୋଧନ କରିଛି । ସାଧାରଣ ନାଗରିକଙ୍କୁ ୩.୨୫ରୁ ୭.୭୫ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୩.୭୫ରୁ ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଏହି ସଂଶୋଧିତ ଏଫଡି ଦର ଗତ ୪ ତାରିଖ ଠାରୁ ଲାଗୁ ହୋଇଛି ।

Get real time updates directly on you device, subscribe now.