fbpx

ଡାଏଟରେ ସାମିଲ କରନ୍ତୁ ଏହି ଫୁଡ୍, ଯଦିଓ ଏହି ସବୁର ଦର ଟିକିଏ ଅଧିକ କିନ୍ତୁ ତାହା ସ୍ୱାସ୍ଥ୍ୟ ପକ୍ଷେ ଖୁବ ଉପକାରୀ

ଓଡିଶା ଭାସ୍କର; ‘ହେଲ୍‌ଥ ଇଜ ୱେଲଥ୍‌’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ ପାଇଁ ଏହା ଅତ୍ୟନ୍ତ ଜରୁରୀ। କୌଣସି କାର୍ୟ୍ୟକୁ ସୁଫଳ କରିବାକୁ ହେଲେ ପ୍ରଥମେ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡ଼ିବ। ଏହି ସୁସ୍ଥ ସ୍ୱାସ୍ଥ୍ୟ ପାଇବାକୁ ହେଲେ ଆମକୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ପଡିବ ।

ଆଜିକାଲି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଶକ୍ତି ଅଭାବ ସାଙ୍ଗକୁ ହାଡ ଦୁର୍ବଳ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି । ଫଳରେ ଅନ୍ୟାନ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ନିଜ ଡାଏଟରେ ଏମିତି କିଛି ଫୁଡ୍ ସାମିଲ କରିବା ଉଚିତ୍ , ଯାହା ଏହି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ। ଏସବୁ ଖାଇବା ଦ୍ୱାରା ଆମକୁ ଅନେକ ଉପକାର ମିଳିବା ସହ ଗୋଟିଏ ଭଲ ସ୍ୱାସ୍ଥ୍ୟ ମଧ୍ୟ ମିଳିଥାଏ। ଯଦିଓ ଏହି ସବୁର ଦର ଟିକିଏ ଅଧିକ କିନ୍ତୁ ତାହା ସ୍ୱାସ୍ଥ୍ୟ ପକ୍ଷେ ଖୁବ ଉପକାରୀ।

  • ହାଡକୁ ମଜବୁତ୍ କରିବା ସହ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ନିଜ ଡାଏଟରେ ସାମିଲ କରନ୍ତୁ ।

Almonds, Walnuts, or Pistachios: Which Is the Healthiest Nut?

  • ପ୍ରତିଦିନ ନିଜ ଡାଏଟରେ ଚିନାବାଦାମ, ଅଖରୋଟ, ପିସ୍ତାବାଦାମ୍ ଭଳି ଡ୍ରାଏ ଫୁଡ ସାମିଲ କରନ୍ତୁ ।10 Clever Uses For Milk
  • ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଇବାକୁ ନିହାତି ଚେଷ୍ଟା କରନ୍ତୁ ।
  • ପ୍ରତିଦିନ ନିଜ ଡାଏଟରେ ବିନ୍ସରୁ ପ୍ରସ୍ତୁତ ଯେ କୌଣସି ବ୍ୟଞ୍ଜନ କରନ୍ତୁ ।
  • ସୂର୍ୟ୍ୟମୁଖି ମଞ୍ଜି, ବୋଇତାଳୁ ମଞ୍ଜି ସେବନ କରନ୍ତୁ ।
  • ପ୍ରତ୍ୟେକ ଦିନ ନହେଲେ ବି ସପ୍ତାହ ୩-୪ଦିନରେ ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଆ’ନ୍ତୁ ।
  • ହାଡକୁ ମଜବୁତ୍ କରିବା ପାଇଁ ଗୁଡ ମଧ୍ୟ ବହୁତ୍ ଲାଭଦାୟକ ହୋଇଥାଏ । କ୍ଷୀରରେ ଏହାକୁ ମିଶାଇ ପ୍ରତ୍ୟେକ ଦିନ ସେବନ କରିପାରିବେ ।

 

Get real time updates directly on you device, subscribe now.