fbpx

ପୃଥକ ଦୁର୍ଘଟଣାରେ ୪ ମୃତ; ବୋଲେରୋ ଦୁର୍ଘଟଣାରେ ୯ ଗୁରୁତର ମେଡିକାଲରେ ଭର୍ତ୍ତି

ଓଡ଼ିଶା ଭାସ୍କର: ବାରିପଦା ଲୁଲୁଙ୍ଗ ରାସ୍ତାର ରଙ୍ଗାମାଟିଆରେ ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ ଗଛରେ ବୋଲେରୋ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତରଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । କରମ୍ ନାଚରେ ସାମିଲ ହେବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ସେହିପରି ବଲାଙ୍ଗିରରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି । କରମ୍ ନାଚରେ ସାମିଲ ହେବାକୁ ଯାଉଥିବାବେଳେ ବଲାଙ୍ଗିର ମାଧିଆପାଲି ଛକରେ ଦୁର୍ଘଟଣା ହୋଇଥିବା ଜଣାପଡ଼ିିଛି । ତେବେ ମୃତ ବାଇକ୍ ଆରୋହୀ ଜଣଙ୍କ ଛତିଶଗଡ଼ର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.