fbpx

ରାଜ୍ୟରେ ଖୋଲିବ ଆଉ ୪ଟି ESI ହସ୍ପିଟାଲ ଓ ୧୨ଟି ଡିସପେନସାରୀ: ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଉ ୪ଟି ଇଏସଅଇ ହସ୍ପିଟାଲ ନିର୍ମାଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ରାଜ୍ୟର ପାରାଦୀପ, ବାଲେଶ୍ୱର, ଝାରସୁଗୁଡ଼ା ଓ ଡୁବୁରୀରେ ଏହି ଚାରିଟି ହସ୍ପିଟାଲ ଖୋଲିବ ବୋଲି ଜଣାପଡ଼ିଛି ।

ରାଜ୍ୟରେ ଏବେ ୪୧ଟି ଇଏସଆଇ ଡିସପେନସାରୀ ରହିଥିବା ବେଳେ ୪ଟି ଇଏସଆଇ ହସ୍ପିଟାଲ ରହିଛି । ତେବେ ରାଜ୍ୟରେ ଆଉ ୧୨ଟି ନୂଆ ଇଏସଆଇ ଡିସପେନସାରୀ ମଧ୍ୟ ଖୋଲିବା ପାଇଁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବିଭାଗ ସମୀକ୍ଷା ପରେ ଏ ବାବଦରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶାରଦା ପ୍ରସାଦ ନାୟକ ଏ ବାବଦରେ ସୂଚନା ଦେଇଛନ୍ତି ।

ରାଜ୍ୟର ଅଣସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା କ୍ଷେତ୍ରରେ ସାମିଲ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଅଣସଂଗଠିତ ସୁରକ୍ଷା ବୋର୍ଡ ଗଠନ କରିଛନ୍ତି । ସେଥିରେ ବର୍ତ୍ତମାନ ସୁଦ୍ଧା ୩.୬୫ ଲକ୍ଷରୁ ଅଧିକ ଅଣସଂଗଠିତ ଶ୍ରମିକ ଯୋଡ଼ି ହୋଇଛନ୍ତି । ଗତ ମାସ ୧ ତାରିଖରେ ଏହି ବୋର୍ଡ ଅଧିନରେ ଅନଲାଇନ ମାଧ୍ୟମରେ ମଡ୍ୟୁଲ ଆରମ୍ଭ କରାଯାଇଛି । ରାଜ୍ୟର ୪୭୭ଟି ପଞ୍ଚାୟତ ପାଇଁ ମନରେଗା ଯେଜାନାରେ ଅତିରିକ୍ତ ୨ ଶହ ଦିନର ରୋଜଗାର ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ବଜେଟରେ ୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Get real time updates directly on you device, subscribe now.