fbpx

ଗୋଟିଏ ମାସରେ କରୋନା ନେଲାଣି ୧୩୯ ସାମ୍ବାଦିକଙ୍କ ଜୀବନ

ନୂଆଦିଲ୍ଲୀ, ୭ା୫: କରୋନାର ଦ୍ୱିତୀୟ ଲହର ଆଜି ସମଗ୍ର ଦେଶ ପାଇଁ କାଳ ସାଜିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର୍ କରିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମୁନାହିଁ । ତେବେ ମୃତକଙ୍କ ମଧ୍ୟରେ ଅନେକ ସାମ୍ବାଦିକ ରହିଥିବା ଜଣାପଡ଼ିଛି । ଏପ୍ରିଲ ମାସରେ ୧୩୯ ସାମ୍ବାଦିକ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଦ୍ୱିତୀୟ ଲହରରେ ଦୈନିକ ହାରାହାରି ୪ ଜଣ ସାମ୍ବାଦିକ କରୋନାର ଶିକାର ହୋଇଥିବା ଏକ ଆକଳନରୁ ଜଣାପଡ଼ିଛି ।

ଗତ ଏପ୍ରିଲ ମାସରେ ଦେଶ ଅନେକ ବରିଷ୍ଠ ସାମ୍ବାଦିକଙ୍କୁ ହରାଇଛି । କରୋନାରେ ବରିଷ୍ଠ ସାମ୍ବାଦିକ ନିଳାକ୍ଷୀ ଭଟ୍ଟାଚାର୍ଯ୍ୟ, ରୋହିତ ସରଦନା, ଫଟୋ ସାମ୍ବାଦିକ ବିଜୟ ସାଲୁଜା, ନବେଦେୟ ଟାଇମ୍ସର ଡିଜିଟାଲ ମୁଖ୍ୟ ଚନ୍ଦନ ଜୈସ୍ୱାଲ, ସନ୍ତୋଷ କୁମାର ପ୍ରମୁଖଙ୍କ ମୃତ୍ୟୁ ଘଟିଛି । କରୋନା ସଂପର୍କିତ ଟିକିନିଖି ଖବର ଲୋକଙ୍କ ପାଖରେ ପହଞ୍ଚାଉଥିବା ଏହି ସାମ୍ବାଦିକମାନେ ନିଜେ ନିଜେ ଆଜି ଖବର ପାଲଟି ଯାଇଛନ୍ତି ।

Get real time updates directly on you device, subscribe now.