ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ୪ ନକ୍ସଲ ନିପାତ

ନୂଆଦିଲ୍ଲୀ: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ବଡ଼ଧରଣର ଅପରେସନ ଆରମ୍ଭ କରାଯାଇଛି । ଛତିଶଗଡ଼ ସୀମା ନିକଟବର୍ତ୍ତୀ ମହାରାଷ୍ଟ୍ରର ଗଡ଼ଚିରୋଲ ଜିଲ୍ଲାରେ ଘଟିଥିବା ଏନକାଉଣ୍ଟରରେ ୪ ଜଣ ନକ୍ସଲ ପ୍ରାଣ ହରାଇଥିବା ଜଣାପଡ଼ିଛି । ଗଡ଼ଚିରୋଲି ପୋଲିସର ସି୬୦ କମାଣ୍ଡୋ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଟିମର ମିଳିତ ଅପରେସନରେ ଏହି ସଫଳତା ମିଳିଥିବା ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି ।

ଖବର ମୁତାବକ, ଛତିଶଗଡ଼ର ସଟେ ଓ ମହାରାଷ୍ଟ୍ରର ଗଡ଼ଚିରୋଲୀ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ଚାଲିଛି । ବର୍ତ୍ତମାନ ସୁଦ୍ଧା ଏହି ଅପରେସନରେ ୪ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏଥିସହିତ ଏହି ଅପରେସନରେ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆସନ୍ତା ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହ ଅପରେସନକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।

ସୂଚନାଯୋଗ୍ୟ ଯେ, ନିକଟରେ ତେଲେଙ୍ଗାନା ପୋଲିସ ଏକ କୋଟି ପୁରସ୍କାର ରାଶି ଘୋଷଣା ହୋଇଥିବା ଜଣେ ମହିଳା ନକ୍ସଲଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମହିଳାଙ୍କ ନାମ ସୁଜାତା ବୋଲି ଜଣାପଡ଼ିଥିଲା । ସେ ଛତିଶଗଡ଼ର ସୁକମରେ ଅନେକ ବଡ଼ ବଡ଼ ନକ୍ସଲ ଘଟଣାରେ ସାମିଲ ରହିଥିଲେ । ଚିକିତ୍ସା ପାଇଁ ହାଇଦ୍ରାବାଦର ମହବୁବନଗର ଯାଇଥିବା ସମୟରେ ମହିଳାଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.