Breaking: କ୍ୟାବିନେଟରେ ପାରିତ ହେଲା 4 ପ୍ରସ୍ତାବ, ଇଲେକ୍ଟ୍ରୋନିକ୍ ଓ ଆଇଟି ବିଭାଗର ରହିଛି ୨ଟି
ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ।
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ୨୪ ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୩ ଟି ବିଭାଗର ୪ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ ମିଳିଛି ।
ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଅନୁମୋଦନ ମିଳିଥିବା 4ଟି ପ୍ରସ୍ତାବ ଭିତରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇ ଟି ବିଭାଗର ୨ ଟି ପ୍ରସ୍ତାବ ଆଲୋଚନା ପୂର୍ବକ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଥିଲା ।
1 ଇଲେକ୍ଟ୍ରୋନିକ ଆଇଟି
Electronic Components Manufacturing unit ପାଇଁ ଅନୁମୋଦନ
2 ନୂତନ ଆଇଟି ପଲିସ 2025କୁ ଅନୁମୋଦନ
3 ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ପାଇଁ ଅନୁମୋଦନ
4 ଓଡ଼ିଶା ଲୋକ ସେବା ଆୟୋକ ରେ ତିନି ଜନ ସଦସ୍ୟ ନିଯୁକ୍ତିକୁ ଅନୁମୋଦନ