fbpx

ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ

Advertisement

ମାଲକାନଗିରି, ୮ା୧ (ଓଡିଶା ଭାସ୍କର): ମାଲକାନଗିରି ଦାନ୍ତେୱାଡ଼ାରେ ଆଜି ୧୪ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀଙ୍କ ମଧ୍ୟରୁ ଦୁଇଜଣ ବାମନ ମିଡ଼ିଆମି ଓ ରାଜୁ ମିଡ଼ିଆମିଙ୍କ ନାମରେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।

ମାଓବାଦୀମାନେ ଅସ୍ତ୍ର ତ୍ୟାଗ କରିବା ପରେ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ତେବେ ଏମାନେ କିରାନ୍ଦୁଲ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ମାଓ ମୁକ୍ତ ପାଇଁ ଲଢ଼େଇ କରୁଥିବା ପୋଲିସ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇଛି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.