fbpx

ପର୍ତ୍ତୁଗାଲକୁ ହରାଇ ୟୁରୋ କପ୍ ୨୦୨୪ ସେମିଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ୟୁରୋ କପ୍ ୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗତକାଲି ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମ୍ୟାଚରେ ଦେଖିବାକୁ ମିଳିଛି ଏକ ବଡ଼ଧରଣର ଓଲଟପାଲଟ । ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ ହୋଇଥିବା ଏହି ମୁକାବିଲା ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଶେଷରେ ଫ୍ରାନ୍ସ ବାଜି ମାରିନେବା ସହିତ ଦ୍ୱିତୀୟ ଦଳ ଭାବେ ଚଳିତ ୟୁରୋ କପ୍ ସେମିଫାଇନାଲରେ ପ୍ରବେଶ କରିଥିଲା ।

ନିର୍ଦ୍ଧାରିତ ସମୟ ସୁଦ୍ଧା ମ୍ୟାଚର ସ୍ଥିତି ୦-୦ରେ ପହଞ୍ଚିବା ପରେ ପେନାଲ୍ଟି ଶୁଟଆଉଟ ଜରିଆରେ ଫଳାଫଳ ନିର୍ଦ୍ଧାରଣ କରାଯାଇଥିଲା । ଏହି ପରାଜୟ ଫଳରେ ପର୍ତ୍ତୁଗାଲର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ । ପେନାଲ୍ଟୀ ଶୁଟଆଉଟରେ ଫ୍ରାନ୍ସ ୫-୩ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା । ଏହି ନକଆଉଟ୍ ମୁକାବିଲାରେ ପରାଜୟବରଣ କରିବା ସହ ପର୍ତ୍ତୁଗାଲ ଚଳିତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ଏହା ପୂର୍ବରୁ ଆୟୋଜକ ଜର୍ମାନୀକୁ ୨-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଥିଲା ସ୍ପେନ ।

Get real time updates directly on you device, subscribe now.