fbpx
BSKY
BJD SHG SKY
BJD MC SKY

ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ : ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ମୁହାଁମୁହିଁ ଡିବେଟ୍, ୨୪ରେ ଶେଷ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ଏପ୍ରିଲ୍‌ ୨୪ ତାରିଖରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନର ଶେଷ ରାଉଣ୍ଡ ଭୋଟିଂ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ଟିଭିରେ ଶେଷ ଡିବେଟ୍‌ ହୋଇଥିଲା । ଏହି ଅବସରରେ ମାର୍କୋ କହିଥିଲେ କି ପେନ୍‌ଙ୍କ ପାର୍ଟି ୨୦୧୭ ମସିହାରେ ଋଷ ବ୍ୟାଙ୍କରୁ ଋଣ ଆଣିଥିଲେ । ଏଥିପାଇଁ ଯଦି ପେନ୍‌ ରାଷ୍ଟ୍ରପତି ହୁଅନ୍ତି ତେବେ ଋଷ ପ୍ରତି ତାଙ୍କର ଦୁର୍ବଳତା ରହିବ ।

ଅନ୍ୟପକ୍ଷରେ ପେନ୍‌ ପ୍ରତ୍ୟାରୋପ କରି କହିଥିଲେ କି ମାର୍କୋ ସରକାର ଫ୍ରାନ୍ସକୁ ଭୋଟ୍‌ ଦେଇଥିଲେ । ଏହାର ଅର୍ଥ ସେମାନେ ମନ ମୁତାବକ ଶାସନ ପରିଚାଳନା କରିବେ । ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ୍‌ ୧୦ରେ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ୍‌ ୨୪ରେ ଅନୁଷ୍ଠିତ ହେବ । ଫଳାଫଳ ଯେବେ ବି ଆସୁନା କାହିଁକି ମଇ ୧୩ ପୂର୍ବରୁ ନୂଆ ରାଷ୍ଟ୍ରପତି ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.