ଚଳନ୍ତା ବସରେ ମହିଳାଙ୍କୁ ବଳାତ୍କାର କଲେ ବାବା, ଛୁଆ କରାଇଦେବା ବାହାନାରେ…

ବିଶ୍ୱାସ ଏବଂ ଧର୍ମର ଆଳ ଦେଖାଇ ମହିଳାଙ୍କୁ ବଳାତ୍କାର

ଗୁଜୁରାଟ: ବିଶ୍ୱାସ ଏବଂ ଧର୍ମର ଆଳ ଦେଖାଇ ମହିଳାଙ୍କୁ ବଳାତ୍କାର। ଗୁଜୁରାଟର ସୁରଟରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଯେଉଁଠି ପ୍ରେମ ବିବାହର 2 ବର୍ଷ ପରେ ବି ଛୁଆ ନହେଉଥିବା କାରଣରୁ ଦମ୍ପତ୍ତି ପହଞ୍ଚିଥିଲେ ଜଣେ ବାବାଙ୍କ ପାଖରେ। କିନ୍ତୁ ସେଠାରେ ତାଙ୍କ ସହ ଘଟିଗଲା ଏଭଳି କାଣ୍ଡ।

ସୂଚନା ଅନୁଯାୟୀ, ଜଣେ 25 ବର୍ଷୀୟ ମହିଳା ଯିଏ ବୋଟାଡର ବାସିନ୍ଦା ଏବଂ ବର୍ତ୍ତମାନ ସୁରଟର ଆଡାଜାନ ଅଞ୍ଚଳରେ ରହୁଛନ୍ତି, ଦୁଇ ବର୍ଷ ପୂର୍ବରୁ ସେ ପ୍ରେମ ବିବାହ କରିଥିଲେ। ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ସନ୍ତାନ ସୁଖ ମିଳିନଥିଲା। ତେଣୁ, ସେ ତାଙ୍କ ସ୍ୱାମୀଙ୍କ ସହିତ ବୋଟାଡ ଜିଲ୍ଲାର ଗଡଡା ତାଲୁକାର ଚିରୋଡା ଗ୍ରାମର ଭୁୱାନୀ ଗଙ୍ଗାରାମ ରାମଚରଣଦାସଙ୍କ ପାଖକୁ ଯାଇଥିଲେ।

ସେଠାରେ ବାବା ଭୁବାନୀ ଗଙ୍ଗାରାମ ଆଣ୍ଠୁମାଡ଼ି ବସି ସେମାନଙ୍କୁ କହିଥିଲେ ଯେ, ପରିବାରରେ ପିତୃ ଦୋଷ ଅଛି ଏବଂ ପୂଜା କରିବା ପରେ ସବୁକିଛି ଠିକ୍ ହୋଇଯିବ। ଏହା ଶୁଣି ସନ୍ତାନ ପାଇବା ଲୋଭରେ ଦମ୍ପତି ପିତୃ ଦୋଷକୁ ସତ୍ୟ ବୋଲି ବିଶ୍ୱାସ କରିଥିଲେ ଏବଂ ବୋଟାଡର ଭୁବାନୀ ଗଙ୍ଗାରାମଙ୍କୁ ମଧ୍ୟ ବିଶ୍ୱାସ କରିଥିଲେ।

ମହିଳାଙ୍କୁ ଦୁଷ୍କର୍ମ: ଏହା ପରେ ଦେଢ଼ ମାସ ପୂର୍ବରୁ ଏକ ପୂଜା କରିବା ବାହାନାରେ ବାବା ଗଙ୍ଗାରାମ ସେହି ମହିଳାଙ୍କ ଘରକୁ ଆସି କଳାଯାଦୁ ଏବଂ ବଶିକରଣ କରି ତାଙ୍କୁ ବଳାତ୍କାର କରିଥିଲେ। କିନ୍ତୁ, ପରିବାରରେ ସବୁକିଛି ଠିକ୍ ହୋଇଯିବ ଆଶାରେ ବିବାହିତ ମହିଳା ଜଣକ ଏହି କାହାକୁ କହି ନଥିଲେ।

ଏହି ଘଟଣା ପରେ, ଅଗଷ୍ଟ ଆରମ୍ଭରେ, ଅଭିଯୁକ୍ତ ନିଜର କାମନା ପୂରଣ କରିବା ପାଇଁ ପିତୃ ଦୋଷ ନାମରେ ଏହି ବିବାହିତ ମହିଳାଙ୍କୁ ଏକାକୀ ଚିରୋଡାସ୍ଥିତ ତାଙ୍କ ଘରକୁ ଡାକିଥିଲେ। ମହିଳା ଜଣଙ୍କ ସେଠାକୁ ଯିବାପରେ ଅଭିଯୁକ୍ତ ତାଙ୍କୁ ଜୋରଜବରଦସ୍ତି 2 ଦିନ ସେଠାରେ ରଖି ଲଗାତାର ବଳାତ୍କାର କରିଥିଲେ।

2 ଦିନ ବିତିଯିବାରୁ ତାଙ୍କ ସ୍ୱାମୀ ଆଡାଜାନ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଘଟଣାର ଗମ୍ଭୀରତାକୁ ଧ୍ୟାନରେ ରଖି ପୋଲିସ ଭଣ୍ଡ ବାବାଙ୍କୁ ଧରିବାପାଇଁ ଏକ ଜାଲ ବିଛାଇଥିଲା। ଗୋଟିଏ ପୂଜାର ବାହାନା କରି ମିଛରେ ଭଣ୍ଡ ବାବାଙ୍କୁ ସୁରଟ ଡକାଯାଇଥିଲା। ସେ ମହିଳା ଜଣଙ୍କୁ ନେଇ ବସରେ ଆସିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ଚଳନ୍ତା ବସରେ ଦୁଷ୍କର୍ମ: ତା’ପରେ ପୋଲିସ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଯେଉଁଥିରେ ମହିଳା ଜଣଙ୍କ ସମସ୍ତ କଥା ବର୍ଣ୍ଣନା କରିଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ, ସୁରଟ ଆସିବା ସମୟରେ ଚଳନ୍ତା ବସରେ ମଧ୍ୟ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ।