fbpx

(Video) 5Gକୁ ସିମ୍ ଅପଗ୍ରେଡ୍ କରିବା ନାଁରେ ଠକେଇ, ସାଇବର ଠକଙ୍କୁ ନେଇ ଜାରି ହେଲା ଆଲର୍ଟ

ଫାଇଜ୍ ଜି ସିମ୍ ଫ୍ରଡ୍ ନେଇ ସତର୍କ ସୂଚନା ଜାରି କରିଛି ବିଭାଗ । ୪ଜି ସିମକୁ ଫାଇଭ-ଜିକୁ ଅପଗ୍ରେଡ୍ କରିବା ପାଇଁ ଏବେ ଆସୁଛି ଫେକ୍ କଲ୍ ଆଉ ତା ସହିତ ଫେକ ମେସେଜ ମଧ୍ୟ । ୫ଜି ସେବାକୁ ନେଇ ଏବେ ଆକ୍ଟିଭ ହୋଇଛନ୍ତି ସାଇବର ଠକ । ଫେକ ଲିଙ୍କ ଦେଇ ଫାଇଭ-ଜିକୁ ଅପଗ୍ରେଡ୍ କରିବା ବାହାନାରେ ଏମାନେ ଲୋକଙ୍କୁ ଠକିବା ଆରମ୍ଭ କରିଦେଲେଣି । ତେବେ ଏହି ଫେକ କଲକୁ ରିସିଭ କଲେ କିମ୍ବା ଲିଙ୍କକୁ କ୍ଲିକ୍ କଲେ ଓଟିପି ସହ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଚୋରି କରିନେଉଛନ୍ତି ଏହି ଠକ ।

ବର୍ତ୍ତମାନ ଦେଶରେ ଫାଇଭ ଜି ସେବା ଆରମ୍ଭ ହୋଇଛି । ଦେଶବାସୀ ମଧ୍ୟ ଏହି ସେବାର ଫାଇଦା ନେବା ପାଇଁ ଲାଗି ପଡିଛନ୍ତି । ଲୋକେ ଏହି ଫାଷ୍ଟର ନେଟୱର୍କ ପାଇଁ ଖୁବ ଉତ୍ସାହିତ ଅଛନ୍ତି । ଆଉ ଯାହାର ସୁଯୋଗ ନେଇ ଠକମାନେ ନିରୀହ ଲୋକଙ୍କୁ ଫସାଉଛନ୍ତିି । ଆପଣ ଯଦି ସାବଧାନ ରହିବେ ତେବେ ଠକଙ୍କଠାରୁ ଦୂରେଇ ରହି ପାରିବେ ବୋଲି ବିଭାଗ ଲୋକଙ୍କୁ ଆଲର୍ଟ କରିଛି ।

ଆପଣଙ୍କର ୪ଜି ସିମକୁ ଆମେ ୫ଜି କରିଦେବୁ । ଏମିତି କହି ପଠାଉଛନ୍ତି ଗୋଟିଏ ଲିଙ୍କ । ତେବେ ଏହା ଦେଇ ୟୁଜର ବି କିଛି ନଭାବି ଲିଙ୍କକୁ କ୍ଲିକ କରି ଦେଉଛନ୍ତି । ଆଉ ଯାହା ଏବେ ସାଇବର ଠକଙ୍କ ପାଇଁ ସୁବିଧା ହୋଇଯାଉଛି । ଏ ହାର ସୁଯୋଗ ନେଇ ସାଇବର ଠକ ଆରମ୍ଭ କରିଦେଲେଣି ଉତ୍ପାତ । ଏବେ ବଜାରରେ ବୁଲିଲେଣି ୫ଜି ଠକ । ଆରମ୍ଭ କଲେଣି ଫାଇଭ ଜି ଠକେଇ । ୪ଜି ପ୍ଲାନକୁ ୫ଜିରେ ଅପଗ୍ରେଡ୍ କରିବା ନାଁରେ ଏବେ ଲୋକଙ୍କୁ ଠକାମୀର ଶିକାର ହେବାକୁ ପଡୁଛି । ଏ ସଂପର୍କରେ ଲୋକଙ୍କୁ ସତର୍କ କରାଇବା ପାଇଁ ରାଜ୍ୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଆଲର୍ଟ ଜାରି କରିଛି ।

Get real time updates directly on you device, subscribe now.