fbpx

ଫ୍ରଡ ମୋବାଇଲ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ: କ୍ରାଇମବ୍ରାଞ୍ଚ ଏଡିଜି କଲେ ଖୁଲାସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫ୍ରଡ଼୍ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ସାଇବର ଟିମ୍ । ଏନେଇ ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁ ସମେତ ଢେଙ୍କାନାଳରୁ ୩ ଜଣଙ୍କୁ ଗିରଫ କରାଯାଇଛି ।

ଏହି ମାମଲରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ, ‘୩ ଅଭିଯୁକ୍ତଙ୍କ ଠାରୁ ୧୯,୬୪୧ଟି ପ୍ରି ଆକ୍ଟିଭେଟେଡ ସିମ୍ ଜବତ ହୋଇଛି । ୪୮ଟି ମୋବାଇଲ ସହ ନଗଦ ୧୪ ଲକ୍ଷ ୩୨ ହଜାର ଟଙ୍କା ଜବତ ହୋଇଛି । ଲ୍ୟାପଟପ୍ ସହ କିଛି ଭୋଟର ପରିଚୟ ପତ୍ର ମଧ୍ୟ ଜବତ କରାଯାଇଛି । ସିମ୍ ବିକିବା ପାଇଁ ସେମାନେ ସୋସିଆଲ ମିଡିଆରେ ଗ୍ରୁପ୍ କରିଥିଲେ ।’

ଗୋଟିଏ ସିମ୍ ବିକ୍ରି କରୁଥିଲେ ୪ ଶହ ଟଙ୍କା ମିଳୁଥିଲା । ଦେଶବ୍ୟାପୀ ଏମାନଙ୍କ ନେଟୱାର୍କ, ସିମ୍ ବିକ୍ରି ନେଇ ତଦନ୍ତ ଜାରି ରହିଛି । ବିଭିନ୍ନ ଟେଲିକମ୍ କମ୍ପାନୀର କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଅଧିକ ପଚରାଉଚରା ପାଇଁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.