fbpx

Video; ସାଙ୍ଗର ଯୌନାଙ୍ଗ କାଟି ହାତରେ ଧରାଇ ଦେଇଥିଲା ସାଙ୍ଗ, ଏପରି ଗିରଫ କଲା ପୋଲିସ

Advertisement

ଗଞ୍ଜାମ: (ଓଡ଼ିଶା ଭାସ୍କର) ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କାଦୁଆ ପଞ୍ଚାୟତ ଯୋଡ଼ାବନ୍ଧ ଗ୍ରାମରେ, ଗତକାଲି ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଚିତ୍ତରଞ୍ଜନର ଯୌନାଙ୍ଗ କିଏ କାଟିଲା ଆଉ ତାଙ୍କୁ କିଏ ହତ୍ୟା କଲା? ଏହାର କିଛି ସୁରାଗ ନଥିଲା । ଚିତ୍ତରଞ୍ଜନଙ୍କୁ ହତ୍ୟା କରି, ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିଲା । ଏମିତିକି ଚିତ୍ତରଞ୍ଜନର ଯୌନାଙ୍ଗକୁ କାଟି, ହାତରେ ଧରାଇ ଦେଇଥିଲେ ।

ଏହି ଘଟଣାରେ ପୋଲିସ ତନତନ କରି ଯାଞ୍ଚ କରିବା ପରେ, ହତ୍ୟାକାରୀ ଧରା ପଡିଲା । ଏହି ବ୍ୟକ୍ତି ଚିତ୍ତରଞ୍ଜନଙ୍କ ଯୌନାଙ୍ଗକୁ କାଟି ହାତରେ ଧରେଇ ଦେଇଥିଲା, ଆଉ ହତ୍ୟା କରିଥିଲା । ଏବେ ପୋଲିସ ହାତରେ ବନ୍ଧା ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କାଦୁଆ ପଞ୍ଚାୟତ ଯୋଡ଼ାବନ୍ଧ ଗ୍ରାମରେ, ଗତକାଲି ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ଗନ୍ଧର୍ବ ସାହୁ, ଚିତ୍ତରଞ୍ଜନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ।

ସୂଚନା ମୁତାବକ ଚିତ୍ତରଞ୍ଜନ ଓ ଗନ୍ଧର୍ବ ଉଭୟ ଘନିଷ୍ଠ ବନ୍ଧୁ ଥିଲେ, ଅଭିଯୁକ୍ତ ଗନ୍ଧର୍ବ ଭୁବନେଶ୍ୱରରେ କାମ କରୁଥିଲେ । ଅନେକ ସମୟରେ ମୃତ ଚିତ୍ତରଞ୍ଜନ, ଗନ୍ଧର୍ବ ଘରକୁ ଯିବା ଆସିବା କରୁଥିଲେ । ମୃତ ଚିତ୍ତରଞ୍ଜନ, ଅଭିଯୁକ୍ତ ଗନ୍ଧର୍ବର ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖୁଥିଲେ । ଏମିତିକି ମୃତ ଚିତ୍ତରଞ୍ଜନ, ଅଭିଯୁକ୍ତ ଗନ୍ଧର୍ବ ସ୍ତ୍ରୀଙ୍କ ସହ, ଅନୈତିକ ସମ୍ପକ ରଖିବାକୁ ବାଧ୍ୟ କରୁଥିଲେ । ସେଥିପାଇଁ ଗନ୍ଧର୍ବ ରାଗିଯାଇ, ଆଉ ମଦ ପିଆଇ, ଚିତ୍ତରଞ୍ଜନଙ୍କୁ ହତ୍ୟା କରିବା ସହ, ଚିତ୍ତରଞ୍ଜନଙ୍କ ଯୌନାଙ୍ଗକୁ କାଟିଦେଲେ । ଏବେ ପୋଲିସ ହାତରେ ବନ୍ଧା ହୋଇ କୋର୍ଟ ଚାଲାଣ ହୋଇଛି ଅଭିଯୁକ୍ତ ଗନ୍ଧର୍ବ ।

Get real time updates directly on you device, subscribe now.